www.samajalive.in
Thursday, December 11, 2025
16.1 C
Bhubaneswar

ବିଜୟୱାଡାରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ିଆ ଶ୍ରମିକ

ଗଞ୍ଜାମ : ନିଜ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ଡ୍ରାଇଭର ଭାବେ କାମ କରୁଥିବା ଜଣେ ଓଡିଶା ଲୋକର ଏକ ସଡ଼କ ଦୃଘଟଣା ପ୍ରାଣ ଚାଲିଯାଇଛି। ଫଳରେ ଏହାକୁ ନେଇ ତାଙ୍କ ପରିବାର ଓ଼ ସମ୍ପର୍କୀୟ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ଯେ ଆନ୍ଦ୍ରପ୍ରଦେଶ ବିଜୟୱାଡା ର ଏକ ମେଗା ପ୍ରୋଜେକ୍ଟ ରେ କାର୍ଯ୍ୟ କରୁଥିବା ଏସ ରବୀନ୍ଦ୍ର ରେଡି (୪୫)ଙ୍କ ଗତ କାଲି ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପରିବାରଙ୍କ ଠାରେ ଖବର ପହଞ୍ଚିଥିଲା। ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଅଟନ୍ତି। ଖବର ପାଈଁ ଉକ୍ତ ଗ୍ରାମର ପ୍ରାୟ ୧୫ ଜଣ ବ୍ୟକ୍ତି ଶୁକ୍ରବାର ବିଜୟୱାଡା ଯାଇଥିବା ସୂଚନା ମିଳିଛି।

 

- Advertisement -

ସେଠାରେ ସେମାନେ ଶବ ବ୍ୟବଛେଦ କରାଯିବା ସହକ୍ଷତି ପୂରଣ ତଥା ଅନୁକମ୍ପା ରାଶି ନିମନ୍ତେ କମ୍ପାନୀ ସହ ଆଲୋଚନା କରିଥିବା ଜଣା ପଡିଛି।  ସେହି ଗ୍ରାମର ବଳରାମ ରେଡିଙ୍କ ସୂଚନା ଅନୁଯାଇ ରବୀନ୍ଦ୍ର ବିଜୟୱାଡାରେ ଏକ ମେଗା ପ୍ରୋଜେକ୍ଟ ରେ କମ୍ପାନୀ ର ବଡ଼ ଟ୍ରକ ଚଳାଉଥିଲେ। ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତ କାଲି ସେ ସଂଧ୍ୟାରେ କମ୍ପାନୀ କୁ ଗାଡି ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ପରିସ୍ରା କରିବାକୁ ଗାଡି ରଖିଥିଲେ। କରିବାକୁ ଯିବାବେଳେ ଦୁର୍ଘଟଣା ହୋଇଥିଲା ବୋଲି ସେଠାରୁ ରବୀନ୍ଦ୍ରଙ୍କ ପୁଅ ଙ୍କୁ ଖବର ଆସିଥିବା ସେ କହିଛନ୍ତି।ଶରୀରର ଅଧାଭାଗ ଅର୍ଥାତ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଗାଡି ମାଡି ଯାଇଥିବା ସେ କହିଛନ୍ତି। ଖବର ପହଂଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ପ୍ରଥମେ ରବୀନ୍ଦ୍ର ଆଣ୍ଡାମାନ ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ। ରବୀନ୍ଦ୍ର ଜଣେ ଗରିବ ଜନସାଧାରଣ ଏବଂ ଏକ ମାତ୍ର ରୋଜଗାର କ୍ଷମ ହୋଇଥିବାରୁ ପରିବାର ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମୃତ କଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବୀ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories