www.samajalive.in
Saturday, December 6, 2025
26.1 C
Bhubaneswar

ଆର୍ଥିକ ସହାୟତା ମାଗୁଛି ତାଲିବାନ

କାବୁଲ: ଆଗକୁ ମାଡ଼ି ଆସୁଥିବା ଘୋର ଆର୍ଥିକ ସଂକଟ ଜଳଜଳ ଦିଶିବା ପରେ ତାଲିବାନ ଏବେ ସହାୟତା ମାଗିବା ଆରମ୍ଭ କରିଛି। ଦ୍ବିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ ଆଫଗାନିସ୍ତାନର ପୁନର୍ଗଠନ ପାଇଁ ପାଣ୍ଠି ଯୋଗାଇଦେବାକୁ ବିଭିନ୍ନ ରାଷ୍ଟ୍ରକୁ ନିବେଦନ କରିଛି। ଭାରତର ସହଯୋଗ ମଧ୍ୟ ଏହା ଲୋଡ଼ିଛି। ‘ଦେଶରେ ଏବେ ୭୦ପ୍ରତିଶତ ଜନତା ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଗତ ଦୁଇ ଦଶନ୍ଧି ଯୁଦ୍ଧ ଓ ରକ୍ତପାତରେ ବିତିଛି। ଏବେ ସେମାନଙ୍କ ପାଇଁ ମାନବିକ ଦୃଷ୍ଟିକୋଣରୁ ସହାୟତା ଲୋଡ଼ୁଛୁ’ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।
ଆଫଗାନିସ୍ତାନରେ ଥିବା ବିଶ୍ବର ସମସ୍ତ ଦୂତାବାସ ଖାଲି ହୋଇଯାଇଥିବାବେଳେ ଓ ୬୦ରୁ ଅଧିକ ରାଷ୍ଟ୍ର ସମେତ ଆର୍ଥିକ ସଂଗଠନଗୁଡ଼ିକ ସହାୟତା ବନ୍ଦ କରିଦେବା ପରେ ଏହି ମୌଳବାଦୀ ସଂଗଠନ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ତାଲିବାନ ମୁଖପାତ୍ର ସୁହେଲ ସାହିନ ଆଫଗାନିସ୍ତାନର ପୁନର୍ଗଠନ ସମ୍ପର୍କିତ ଚିତ୍ର ଉପସ୍ଥାପନ କରି କହିଛନ୍ତି ଯେ ବିଶ୍ବ ଏହି ସରକାରକୁ ସ୍ବୀକୃତି ଦେବା ଆବଶ୍ୟକ। ତାଲିବାନ ଏବେ ସୁଦ୍ଧା ସରକାର ଗଠନରେ ସଫଳ ହୋଇ ନାହିଁ। ଏଥି ପାଇଁ ଏହା ସଂଗ୍ରାମ ଜାରି ରଖିଛି। ସଂଗଠନର ପ୍ରତିନିଧିମାନେ ସେମାନଙ୍କର ଘୋର ବିରୋଧୀ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେଙ୍କ ସହ ବିଭିନ୍ନ ବର୍ଗର ନେତାଙ୍କୁ ଭେଟୁଛନ୍ତି। ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ ବୋଲି ସେ କହିଛନ୍ତି। ଦେଶରେ ପାଶ୍ଚାତ୍ୟ ଶୈଳୀର ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବ ନାହିଁ। ସେଥିପାଇଁ ସ୍ଥିତି ସୁଧୁରିବା ପରେ ଏକ ସ୍ବତନ୍ତ୍ର ସମ୍ବିଧାନ ଲେଖାଯିବ। କ୍ଷମତାକୁ ଆସିବା ପରେ ତାଲିବାନ କେତେକ ସକାରାତ୍ମକ ପଦକ୍ଷେପ ନେଇଛି। ଆଗକୁ ମହିଳାଙ୍କ ପାଇଁ ମଧ୍ୟ ନୀତି ପ୍ରଣୟନ ହେବ। ଲୋକେ ଯାହା ଭାବୁଛନ୍ତି ବା ଯେଉଁଥିପାଇଁ ଭୟ କରୁଛନ୍ତି ସେ ସବୁ ରହିବ ନାହିଁ। ଅତ୍ୟାଚାର ସମ୍ପର୍କରେ ଯେଉଁ ଖବର ପ୍ରକାଶ ପାଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।
ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଆଫଗାନିସ୍ତାନର ପୁନର୍ନିର୍ମାଣ କ୍ଷେତ୍ରରେ ଏହି ରାଷ୍ଟ୍ରର ବେଶ୍‌ ଅବଦାନ ରହିଛି। ଆଫଗାନ୍‌ବାସୀଙ୍କ ହିତ ପାଇଁ ଭାରତ ଦ୍ବାରା କାର୍ଯ୍ୟକାରୀ ଯେଉଁ ପ୍ରକଳ୍ପ ଆବଶ୍ୟକ ତାହା ଜାରି ରହିବ। ଭାରତ ପୂର୍ବତନ ସରକାରଙ୍କ ସମର୍ଥନରୁ ବିରତ ରହିବା ଉଚିତ। ଆଫଗାନବାସୀଙ୍କ ସହିତ ଭାରତର ସମ୍ପର୍କ ରହିଛି, ଏହା ବଳବତ୍ତର ରହିବା ଦରକାର। ଭାରତ ଭଲ ସମ୍ପର୍କ ରଖିଲେ ତାଲିବାନ ଏହାକୁ ସ୍ବାଗତ କରିବ ବୋଲି ସେ କହିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories