www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ଦ୍ୱାରା ସୁପାରିଶ ସମସ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ପଦରେ ନିଯୁକ୍ତି ନିମନ୍ତେ ଦେଶର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ସୁପାରିଶ କରିଥିବା ସମସ୍ତ ୯ ଜଣଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଫଳରେ ଉକ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପଥ ପରିଷ୍କାର ହୋଇଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଥିବା ୯ ଜଣଙ୍କ ନାମ ଅନୁମୋଦନ ଲାଭ କରିବା ପରେ ତାହାକୁ ପରବର୍ତ୍ତୀ ଆନୁଷଙ୍ଗିକ କାର୍ଯ୍ୟ ଚୂଡାନ୍ତ କରି ନିଯୁକ୍ତି ପତ୍ର ଜାରି କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ତିନିଜଣ ମହିଳାଙ୍କ ନାମ ରହିଛି। ସବୁକିଛି ଧାର୍ଯ୍ୟ ସମୟରେ ଚାଲିଲେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ୯ ଜଣ ନୂତନ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ। ସଂପ୍ରତି ସୁପ୍ରିମ କୋର୍ଟରେ ଦଶଟି ବିଚାରପତି ପଦ ଖାଲି ପଡିଛି ଏବଂ ୨୪ ଜଣ ବିଚାରପତିଙ୍କୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କାର୍ଯ୍ୟ କରୁଛି। ଏକ ସମୟରେ ୯ ଜଣ ବିଚାରପତିଙ୍କ ନାମକୁ ସରକାର ଅନୁମୋଦନ କରିବା ଦେଶର ନ୍ୟାୟପାଳିକା ଇତିହାସରେ ଅଭୂତପୂର୍ବ ବୋଲି କୁହାଯାଉଛି। ଏହି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୮ ଜଣ ବିଚାରପତି ଏବଂ ଜଣେ ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ପି ଏସ ନରସିଂହାଙ୍କ ନାମ ରହିଛି। ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ବାର୍‍ ରୁ ସିଧାସଳଖ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯିବ, ଯାହା ଇତିହାସରେ ପ୍ରଥମ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories