www.samajalive.in
Monday, December 8, 2025
27.1 C
Bhubaneswar

ଦେଶରେ ଦିନକରେ ୪୬,୧୬୪ ନୂଆ ସଂକ୍ରମିତ; କେରଳ ପାଇଁ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଏବେ ସମଗ୍ର ଦେଶପାଇଁ ଚିନ୍ତାର କାରଣ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ କେରଳରେ ୩୧,୪୪୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେରଳ ପାଇଁ ଦେଶରେ କରୋନାର ତୃତୀୟ ଲହର ବ୍ୟାପିବା ଆଶଙ୍କା ଦେଖାଦେଇଛି ବୋଲି କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି।
ବୁଧବାର ଦିନକ ମଧ୍ୟରେ ଦେଶରେ ୩୪,୧୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ୨.୦୨% ରହିଥିବାବେଳେ ଆରୋଗ୍ୟ ହାର ସଂପ୍ରତି ୯୭.୬୩% ରହିଛି। ବୁଧବାର ସଂଧ୍ୟା ସୁଦ୍ଧା ୫୧.୩୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୬୦.୩୮ କୋଟି ପାନ ଟିକା ଦିଆଯାଇସାରିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories