୧୦ ଦିନ ମଧ୍ୟରେ ପୂରଣ ହେବ ୫୯୬ ଡାକ୍ତର ପଦ

0

ଭୁବନେଶ୍ୱର : ରାଜ୍ୟରେ ଖାଲିଥିବା ଡାକ୍ତର ପଦ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାରଠାରୁ ଏଥିପାଇଁ କାଉନସେଲିଂ ଆରମ୍ଭ ହେଉଛି। କାଉନସେଲିଂ ମାଧ୍ୟମରେ ୧୧୩ ଜଣ ବିଶେଷଜ୍ଞ ଏବଂ ୪୮୩ ଜଣ ଏମ୍‍.ବି.ବି.ଏସ୍‍ ଡାକ୍ତର ଏହିପରି ମୋଟ ୫୯୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।
ସେହିପରି ୧୭୧ ଜଣ ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ନୂତନ କ୍ୟାଡର ରୁଲ୍‍ ଅନୁଯାୟୀ ଆହୁରି ଅଧିକ ୨୦୦୦ ଏମ୍‍.ବି.ବି.ଏସ୍‍ ଡାକ୍ତରଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଖୁବ୍‍ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Leave A Reply