www.samajalive.in
Tuesday, December 9, 2025
16.1 C
Bhubaneswar

ଏଚଡିଏଫସି ବ୍ୟାଙ୍କ ଓ ପେଟିଏମ୍‍ ମଧ୍ୟରେ ବୁଝାମଣା

ମୁମ୍ବଇ: ଉପଭୋକ୍ତା ଓ ବ୍ୟବସାୟୀଙ୍କ ପାଇଁ ଭାରତର ଅଗ୍ରଣୀ ଡିଜିଟାଲ ପରିବ୍ୟବସ୍ଥା ପେଟିଏମ୍‍ ଏବଂ ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ଏକ କୌଶଳାତ୍ମକ ସହଭାଗିତା କରିଛନ୍ତି। ସେମାନଙ୍କର ଏହି ସହଭାଗିତା ବଳରେ ଦୁଇ ସଂସ୍ଥା ବ୍ୟାଙ୍କିଙ୍ଗ, ଋଣ ପ୍ରଦାନ ଏବଂ ଡିଜିଟାଲ ଦେଣନେଣ କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟର ସମ୍ମିଶ୍ରଣ ଘଟାଇ ଦେଶରେ ଆର୍ଥିକ ରୂପାନ୍ତରଣ ଆଣିବା ଦିଗରେ ନବସୃଜନକାରୀ ଡିଜିଟାଲ ସମାଧାନ ପ୍ରଚଳନ କରିବେ। ଏଚଡିଏଫସି ବ୍ୟାଙ୍କର ନେଟୱର୍କ, ଉତ୍ପାଦସମୂହ ଏବଂ ଋଣ ପ୍ରଦାନ କ୍ଷମତା ସହିତ ପେଟିଏମ୍‍ର ପ୍ରଯୁକ୍ତି ପ୍ଲାଟଫର୍ମର ସମନ୍ୱୟ ଭାରତର ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବ। ତାହାସହିତ ଏହା ଅଧିକରୁ ଅଧିକ ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆଣିବାରେ ସମର୍ଥ ହେବ। ଏହି ସହଭାଗିତା ସମ୍ପର୍କରେ ପ୍ରକାଶ କରି ପେଟିଏମ୍‍ ଲେଣ୍ଡିଂର ସିଇଓ ଭବେଶ ଗୁପ୍ତା କହିଛନ୍ତି, ଏହାକୁ ନେଇ ସେମାନେ ଅତ୍ୟନ୍ତ ଖୁସି ଅଛନ୍ତି। ସମ୍ମିଳିତ ଭାବରେ ସେମାନେ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ସଂପୂର୍ଣ୍ଣ ନୂତନ ଡିଜିଟାଲ ଋଣ ପ୍ରଦାନ ଏବଂ ଦେଣନେଣ ସମାଧାନ ଯୋଗାଇଦେବେ। ଏହି ସହଭାଗିତା ମଧ୍ୟ ଆର୍ଥିିକ ସେବା ପରିବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ। ଅଫଲାଇନ ପେମେଣ୍ଟସ ସିଓଓ ରେଣୁ ସାଟ୍ଟି କହିଛନ୍ତି, ପେଟିଏମ୍‍ର ସମ୍ପୂର୍ଣ୍ଣ ନୂତନ ଉତ୍ପାଦ ପ୍ରଚଳନ କରିବାର ପୃଷ୍ଠଭୂମି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories