www.samajalive.in
Monday, December 8, 2025
27.1 C
Bhubaneswar

ଛୁରା ମାଡ଼ ଘଟଣାରେ ଜଣେ ଗିରଫ

ବ୍ରଜରାଜନଗର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୩ ତାରିଖ ଓରିଏଣ୍ଟ ଥାନା ଶାସ୍ତ୍ରୀ ନଗର ଝୁମ୍ପୁଡି ପଡ଼ାରେ ଛୁରା ମାଡ଼ ହୋଇଥିଲା। ସୁଜିତ ସାହୁଙ୍କ ଛୁରା ମାଡ଼ରେ ରାଜୁ ସାହୁ ଆହତ ହୋଇଥିଲେ। ତେବେ ଗତ କାଲି ସନ୍ଧ୍ୟାରେ ପୋଲିସ ଶାସ୍ତ୍ରୀ ନଗର ଅଂଚଳରେ ସଦଳବଳ ଚଢ଼ଉ କରି ସୁଜିତକୁ ଗିରଫ କରିବାରେ ସଫଳ ହୋଇଛି ଓ ଆଜି ତାକୁ କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୁକ୍ତ ସୁଜିତ ସାହୁ ଶାସ୍ତ୍ରୀ ନଗର ଝୁମ୍ପୁଡି ପଡ଼ାରେ ରହୁଥିଲେ ହେଁ ଝାରଖଣ୍ଡ ପାଳମୁ ଜିଲା ଖତିନ ଗାଉଁର ମୂଳ ବାସିନ୍ଦା ବୋଲି ଓରିଏଣ୍ଟ ଥାନା ଆଇଆଇସି କଲ୍ୟାଣି ବେହେରା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସୁଜିତର ମାନସିକ ଭିନ୍ନକ୍ଷମ ବଡ଼ ଭାଇକୁ ରାଜୁ ସାହୁର ପରିବାର ଲୋକେ ଗାଳି ଗୁଳଜ କରୁଥିବା ନେଇ ଗତ କିଛି ଦିନ ହେଲା ଉଭୟଙ୍କ ପରିବାର ଭିତରେ ଗଣ୍ଡଗୋଳ ଲାଗି ରହିଥିଲା। ତେବେ କିଛି ଦିନ ତଳେ ରାଜୁର ପରିବାର ଲୋକେ ସୁଜିତର ବଡ଼ ଭାଇଙ୍କୁ ମାଡ଼ପିଟ ଓ ଗାଳିଗୁଲଜ କରିଥିବାରୁ ଗତ ୨୩ ତାରିଖ ଉଭୟ ପରିବାର ମୁହାଁମୁହିଁ ହୋଇଥିଲେ। ଗଣ୍ଡଗୋଳ ବେଳେ ସୁଜିତ ସାହୁଙ୍କ ଛୁରା ମାଡ଼ରେ ରାଜୁ ସାହୁଙ୍କ ହାତ ପାପୁଲି କଟି ଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories