www.samajalive.in
Monday, December 8, 2025
27.1 C
Bhubaneswar

ଏଠାକାର ସମସ୍ତ କୋଠା ଦେଖିବାକୁ ନୀଳରଙ୍ଗର

ଭ୍ରମଣପ୍ରେମୀଙ୍କ ପାଇଁ ରାଜସ୍ଥାନରେ ବହୁ ସ୍ଥାନ ରହିଛି। ରାଜସ୍ଥାନ ଭାରତର ସବୁଠାରୁ ସୁନ୍ଦରତମ ସହର। ଯେଉଁଠାରେ ଧାର୍ମିକ , ସାଂସ୍କୃତିକ ଏବଂ ରୋମାଞ୍ଚକ ଭ୍ରମଣର ମଜା ନେଇପାରିବେ। ରାଜସ୍ଥାନର ପ୍ରମୁଖ ସ୍ଥାନ ଜୟପୁରରୁ ଯୋଧପୁରକୁ ବହୁ ପର୍ୟ୍ୟଟକ ବୁଲିବାକୁ ଯାଇଥାଆନ୍ତି। ଜୟପୁରରୁ ଯୋଧପୁରର ଜୈସଲମେରର ରାସ୍ତା ସଭିଁଙ୍କ ପାଇଁ ବେଶ ହୃଦୟସ୍ପର୍ଶୀ ଅଟେ। ୫୫୮ କିଲୋମିଟର ଦୂରତ୍ୱର ଏହି ଦୁଇ ସହରକୁ ସଂଯୋଗ କରୁଥିବା ପଥରେ ଯାତ୍ରା କରିବା ଉତ୍ସାହଜନକ। ଏହି ରାସ୍ତାରେ ଯିବା ବେଳେ ବହୁ ସୁନ୍ଦର ଦୃଶ୍ୟ ଓ ଏକାଧିକ ପର୍ୟଟନସ୍ଥଳୀ ଦେଖିବାକୁ ମିଳେ।
ଜୟପୁରରୁ ଜୈସଲମେର ରହିଛି ଏହି ସ୍ଥାନ ……
ଏହି ଭ୍ରମଣକୁ ସ୍ମରଣୀୟ କରିବା ପାଇଁ ରାସ୍ତାରେ ବାଲିର ପାହାଡ଼ , ଲମ୍ବା ଲମ୍ବା ପାଦରେ ପାହାଡ଼କୁ ଅତିକ୍ରମ କରୁଥିବା ଓଟ, ମନ୍ଦିର, କିଲ୍ଲା ଏବଂ ବଡ଼ ବଡ଼ ମହଲ ନଜର ପଡ଼ିବ। ଜୟପୁରରୁ ଜୈସଲମେର ଯିବା ପାଇଁ ରାସ୍ତା ଅଜମୈର,ପୁଷ୍କର ଏବଂ ଯୋଧପୁର ଦେଇ ଯାଇଛି। ଏହି ସବୁ ସ୍ଥାନ ବୁଲିବା ପାଇଁ ଅତି କମରେ ୩ରୁ୪ ଦିନ ଲାଗିବ। ଅଜମୈରରେ ଗଲେ ଦରଘା ସରିଫ ବୁଲିବାକୁ ଯିବା ଉଚିତ। ଏହି ସ୍ଥାନର ଅନେକ ମାନ୍ୟତା ରହିଛି। ଏଠାରେ ମନର ଇଚ୍ଛାପୂରଣ ହୋଇଥାଏ।
ଅଜମୈରରୁ ଜାତୀୟ ରାଜପଥ ୫୮ ଦେଇ ୧୬ କିଲୋମିଟର ପରେ ପୁଷ୍କରରେ ପହଞ୍ଚିବେ। ଏଠାରେ ପହଞ୍ଚିବାକୁ ୩୫ ମିନିଟ ଲାଗିଥାଏ। ଏହି ସହର ଦେଖିବାକୁ ଖୁବ ରଙ୍ଗୀନ। ଏଠାକାର ଖାଦ୍ୟ, ପୋଷାକରେ ସେଠାକାର ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ। ଅଜମୈର ଏବଂ ପୁଷ୍କର ସହର ବୁଲିବା ପାଇଁ ଗୋଟେ ଦିନ ସମୟ ଲାଗିଥାଏ।
ପୁଷ୍କରରୁ ୨୧୪ କିଲୋମିଟର ଟ୍ୟାକ୍ସିରେ ଯିବା ପରେ ଯୋଧପୁରରେ ପହଞ୍ଚିବେ। ଏଠାକାର ସମସ୍ତ କୋଠା ଦେଖିବାକୁ ନୀଳରଙ୍ଗର ଓ ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ।
ଯୋଧପୁର ପରେ ପରବର୍ତ୍ତି ଭ୍ରମଣ ସ୍ଥାନ ହେଉଛି ଜୈସଲମେର। ଯୋଧପୁରରୁ ଜୈସଲମେର ମଧ୍ୟରେ ଦୂରତା ୨୮୨ କିଲୋମିଟର। ଜୈସଲମେରରେ ବୁଲିବା ପାଇଁ ବହୁ ସ୍ଥାନ ରହିଛି। ଏଠାରେ ଥିବା ୩୦୦୦ ବର୍ଗ କିଲୋମିଟର ଡ଼େଜର୍ଟ ନ୍ୟାସନାଲ ପାର୍କ ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନ। ପ୍ରତିବର୍ଷ ଏଠାରେ ଡ଼େଜର୍ଟ ଫେଷ୍ଟିବାଲ ପାଳନ କରାଯାଏ। ଏହି ସମୟରେ ସଂପୂର୍ଣ୍ଣ ସହର ସଜେଇ ହୋଇରହିଥିବା ପରି ଦେଖିବାକୁ ମିଳେ। ଏଠାକାର ଖାଦ୍ୟପେୟ ମଧ୍ୟ ଖୁବ ସ୍ୱାଦିଷ୍ଟ। ପିଆଜ ପକୁଡ଼ି, ମାୱା କଚୋଡ଼ି, କେର ସାଙ୍ଗରୀର ସ୍ୱାଦ ସଭିଁଙ୍କୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ। ନଭେମ୍ବରରୁ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ଏଠାକୁ ବୁଲିବାକୁ ଯିବା ସବୁଠାରୁ ଉକୃଷ୍ଟ ବୋଲି କୁହାଯାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories