bjd gruha runa

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ ; ନାବାଳିକା ମୃତ , ୪ ଆହତ

BJD Bijuli 480×75 Mob

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଓଲଟିବାରୁ ଘଟଣାସ୍ଥଳରେ ୧୦ବର୍ଷର ବାଳିକା ରୁପା ଜିରାକାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କର୍ଣ୍ଣପାଡୁ ଗାଁର ୭ ଜଣ ଲୋକ ବୋଲେରୋରେ  ନିଜ ସମ୍ପର୍କୀୟ ଘର ବୁର୍ଜୁଗୁଡାକୁ ଯାଉଥିଲେ । ଗାଡିଟି ଦ୍ରୁତଗତିରେ ରହିଥିବାରୁ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ି ବାରୁ ଘଟଣା ସ୍ଥଳରେ ୧୦ବର୍ଷର କନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ  ପଦ୍ମାବତୀ ଜିରାକା , ପ୍ରମୁଖ ଆହତ ହୋଇଛନ୍ତି । ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସ ଆଇ ବିମଲ କହଁର,ଏଏସଆଇ ଡି କେ ସାହୁ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି, ଶବ ଜବତ କରିବା ପରେ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।

Comments are closed.