www.samajalive.in
Monday, December 8, 2025
13.1 C
Bhubaneswar

ଲୋକପ୍ରିୟ ଫିଲ୍ମ୍ ନିର୍ମାତା ନୀଲ୍ ଦାସଗୁପ୍ତା, ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ବଜାରରେ କରିଛନ୍ତି ପ୍ରବେଶ

ଓଡ଼ିଶା ବଜାରରେ ପାଦ ଥାପିଛନ୍ତି

ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି। ଏଫଟିଆଇଆଇ, ପୁଣେରୁ ‘ଫିଲ୍ମ୍ ଆପ୍ରିସିଏସନ୍’ ଡ଼ିଗ୍ରୀ ହାସଲ କରିଥିବା ନିଲ୍ ଏଜାବତ୍ ୨୫୦ ବିଜ୍ଞାପନ ସହିତ ଗୋଟିଏ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇସାରିଛନ୍ତି। ବିଜ୍ଞାପନ ନିର୍ମାଣ କ୍ଷେତ୍ରରେ ପ୍ରାୟ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନୀଲ୍ ଦାସଗୁପ୍ତା ରେଡ଼ିଫ୍ୟୁଜନ୍, ଡ଼ିଡ଼ିବି ମୁଦ୍ରା, ବେଟ୍ସ କ୍ଲାରିଓନ୍, ମ୍ୟାକକାନ୍ ଏବଂ ଗ୍ରେ ୱାର୍ଲ୍ଡ ଭଳି ବିଭିନ୍ନ ଏଜେନ୍ସିରେ ମୁମ୍ବାଇ ଏବଂ କୋଲକାତାରେ କାମ କରିଛନ୍ତି। ଇଭିପି ଏବଂ କାର୍ଯ୍ୟନିର୍ବାହୀ କ୍ରିଏଟିଭ୍ ଡ଼ାଇରେକ୍ଟର ଭାବରେ ତାଙ୍କର ଶେଷ କାମ ରେଡ଼ିଫ୍ୟୁଜନରେ ଥିଲା। ତାଙ୍କର କ୍ରେଡ଼ିଟ୍ ତାଲିକାରେ ଆଇଟିସି, ଫୋଲ୍ସୱେଗେନ୍, କୋଲଗେଟ୍, ଗୋଲ୍ଡ ଫ୍ଲେକ୍, ଟାଟା ଟ୍ରଷ୍ଟ, ଟାଟା ଷ୍ଟିଲ୍, ବେଦାନ୍ତ, ଏୟାରଟେଲ୍, ଏମଟିଏସ୍, ଏଭେରୀ, ଟାଟା ମୋଟର୍ସ, ରିଲିଏନ୍ସ, ଓନିଡ଼ା, ଟିଭିଏସ୍ ଟାୟାର, ଇମାମି, ଏବିପି, ଶ୍ୟାମ ଷ୍ଟିଲ, ହୋଚାଇ, ନୁଭୋକୋ ଏବଂ ଜୀ ଟିଭି ଭଳି ଖ୍ୟାତିନାମା ଜାତୀୟ ଏବଂ ଆର୍ନ୍ତଜାତୀୟ ବ୍ରାଣ୍ଡ ଅନ୍ତର୍ଭୁକ୍ତ ରହିଛି। ସେ ବିରାଟ କୋହଲି, ୟୁଜଭେନ୍ଦ୍ର ଚହଲ, ବ୍ରେଣ୍ଡନ ମ୍ୟାକୁକୁଲମ, ଏବି ଡ଼ିଭିଲର୍ସ, ଏମଏସ ଧୋନି, ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ, ଦୀନେଶ କାର୍ତ୍ତିକ୍, ଫରହାନ ଅଖତର, କଙ୍ଗନା ରାନାୱତ, ସୌରଭ ଗାଙ୍ଗୁଲି, ପ୍ରୋସେନଜିତ, ଜୟ ଅହସାନ, ଅର୍ପିତା ଚାଟ୍ଟାର୍ଜୀ, କ୍ୱାରାଜ୍ ମୁଖାର୍ଜୀ, ତୁଲିକା ବୋଷ ଏବଂ ୨୦୧୯ ଫେମିନା ମିସ୍ ଇଣ୍ଡିଆ ବିଜେତା ଆଦି ଅନେକ ସେଲିବ୍ରେଟିଙ୍କ ସହିତ କାମ କରିସାରିଛନ୍ତି।

- Advertisement -

 

ଅନ୍ୟାନ୍ୟ ସ୍ୱୀକୃତି ସହିତ ସେ ୱାନ୍ ସୋ,କାନ୍ସ ଲାୟନ୍ସ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ କ୍ରିଏଟିଭ୍, ଗୋଆ ଫେଷ୍ଟ ଏବଂ ଅନେକ ଆଞ୍ଚଳିକ ପୁରସ୍କାର ମଧ୍ୟ ଜିତିଛନ୍ତି। ତାଙ୍କ ନେତୃତ୍ୱାଧିନ ଏଜେନ୍ସି କୋଲକାତା ପୁରସ୍କାର ଉତ୍ସବରେ କ୍ରମାଗତ ପାଞ୍ଚବର୍ଷ ପାଇଁ ‘ଏଜେନ୍ସି ଅଫ୍ ଦି ଇୟର’ ଟାଇଟଲ୍ ଜିତିଥିଲା। ବିଭିନ୍ନ ଅନୁଷ୍ଠାନର ଜଣେ ପରିଦର୍ଶକ ପ୍ରଫେସର ଭାବରେ, ଯୋଗାଯୋଗ ବ୍ୟବସାୟରେ ଅନେକ ଯୁବଗୋଷ୍ଠୀଙ୍କ ସହିତ ନିଲ୍ ନିଜର ଜ୍ଞାନ ବାଣ୍ଟିଥିଲେ। ବ୍ରେନ୍ସପନ୍ କମ୍ୟୁନିକେସନ୍ ହେଉଛି ନିଲ୍ ଦାସଗୁପ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପୂର୍ବ ଭାରତର ଏକ ଅଗ୍ରଣୀ କଣ୍ଟେଣ୍ଟ ମେକିଙ୍ଗ୍ ହାଉସ୍। ଯିଏକି ଭାରତର ଅନେକ ଶୀର୍ଷ ବିଜ୍ଞାପନ ଏଜେନ୍ସି ଗୁଡ଼ିକରେ ୨୫ ବର୍ଷରୁ ଅଧିକ ସମୟ ବିଜ୍ଞାପନରେ ବିତାଇଛନ୍ତି। କଣ୍ଟେଣ୍ଟ ହାଉସ୍ ଆଇଟିସି, ରୁଚି ମସଲା, ସନୋକୋ, ଜି.କେ.ବି ନୋଭା, ପଶ୍ଚିମବଙ୍ଗ ପର୍ଯ୍ୟଟନ, ଏଭେରିଡ଼ାଇ, ଉଡ଼େନ୍ ରିଅଲିଟି, ଡ଼ାବର ଏବଂ ଜୀ ବଙ୍ଗାଳୀ ଆଦି ପାଇଁ ଅନେକ ଜଣାଶୁଣା ଅଭିଯାନକୁ ସଫଳ କରିଛି। ଓଡ଼ିଶାରେ ତାଙ୍କ କାର୍ଯ୍ୟର ଯାଦୁ ବିସ୍ତାର କରିବାର ଲକ୍ଷ୍ୟ ନେଇ ନୀଲ୍ ଦାସଗୁପ୍ତା ନିକଟ ଭବିଷ୍ୟତରେ ଆହୁରି କିଛି ସ୍ଥାନୀୟ ବ୍ରାଣ୍ଡ ସହିତ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ହକି ୱିଜାର୍ଡ଼ ମେଜର ଧ୍ୟାନଚାନ୍ଦଙ୍କ ଉପରେ ଆଧାରିତ ଆଗାମୀ ଜାତୀୟ ଡ଼କ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ଇଷ୍ଟ ଇଣ୍ଡିଆନ୍ ଏଣ୍ଟରଟେନମେଣ୍ଟର ଜଣାଶୁଣା ପ୍ରଯୋଜନା ଏବଂ ବିଜ୍ଞାପନ ନିର୍ମାଣକାରୀ ସଂସ୍ଥା ସିଗ୍ନେଚର ୨୪ ପ୍ରଡ଼କ୍ସନସ୍ର ପରିଚିତ ଚେହେରା ଜୋୟିତା ରୟ ଏବଂ ପ୍ରତୀକ କୁମାର ମିଶ୍ରଙ୍କୁ ସହଯୋଗ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories