www.samajalive.in
Tuesday, December 9, 2025
15.1 C
Bhubaneswar

ତଫିସା ଅନ୍ତର୍ଜାତୀୟ କ୍ରୀଡ଼ା : ଓଡ଼ିଶାକୁ ୫ ସ୍ବର୍ଣ୍ଣ

କଟକ : ନେପାଳର କାଠମାଣ୍ଡୁରେ ଆୟୋଜିତ ତଫିସା ଅନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ ୫ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ୧୯ ବର୍ଷରୁ କମ ବାଳିକା ଡିସ୍‌କସ ଥ୍ରୋ ରେ ଅର୍ପିତା ପରିଡା ସ୍ବର୍ଣ୍ଣ, ୧୭ ବର୍ଷରୁ କମ୍‌ ବାଳିକା ଡିସ୍‌କସ ଥ୍ରୋରେ ଭେଦିକା ଲାଲ୍‌ ସ୍ବର୍ଣ୍ଣ, ଡିସ୍‌କସ୍‌ ଥ୍ରୋ ୧୭ ବର୍ଷରୁ କମ୍‌ ବାଳକ ବର୍ଗରେ ଆୟୁଷ ଆଚାର୍ଯ୍ୟ ସ୍ବର୍ଣ୍ଣ, ୧୪ ବର୍ଷରୁ କମ୍‌ ବାଳିକା ୧୦୦ମିଟର ଦୌଡ଼ରେ ସଲିପ୍ତା ରାଉତ ସ୍ବର୍ଣ୍ଣ, ୧୯ ବର୍ଷରୁ କମ୍‌ ବାଳକ ୯୦କିଗ୍ରା ବର୍ଗ ଭାରୋତ୍ତୋଳନରେ ତୁଷାର ତନୟ ସ୍ବାଇଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ସମସ୍ତ ଖେଳାଳି ରାଉରକେଲାର । ପ୍ରଶିକ୍ଷକ ଅଶୋକ ପ୍ରସାଦଙ୍କ ନେତୃତ୍ବରେ ଖେଳାଳିମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତରୁ ମୋଟ ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories