www.samajalive.in
Thursday, December 11, 2025
27.1 C
Bhubaneswar

ଗଛର ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧିଲେ ସବୁଜ ବାହିନୀ

ବ୍ରହ୍ମପୁର: ରାକ୍ଷୀ ପୂର୍ଣ୍ଣିମା। ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ। ଭାଇ ମଧ୍ୟ ପ୍ରତିଶ୍ରୁତି ଦିଏ, ଜୀବନ ତମାମ୍‌ ସୁରକ୍ଷା ଦେବା ପାଇଁ। କିନ୍ତୁ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଗଛକୁ ରାକ୍ଷୀ ବନ୍ଧାଯାଇ ଜୀବନ ସାରା ସୁରକ୍ଷା ଦେବା ପାଇଁ ଶପଥ ନିଆଯାଇଛି। ସବୁଜବାହିନୀ ତରଫରୁ ବୃକ୍ଷର ସୁରକ୍ଷା କାମନା କରି ଏକ ନିଆରା ଢ଼ଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ବୃକ୍ଷ ଓ ମଣିଷର ସମ୍ପର୍କ ବହୁତ ପୁରୁଣା ଏବଂ ନିବିଡ। ବୃକ୍ଷ ଆମକୁ ସବୁଦିନେ ସୁରକ୍ଷା ଦେଇ ଆସିଛି। ଏହି ସମ୍ପର୍କର ସୁରକ୍ଷା ପାଇଁ ସବୁଜ ବାହିନୀର ସଦସ୍ୟମାନେ ବୃକ୍ଷଗୁଡ଼ିକୁ ରାକ୍ଷୀ ବାନ୍ଧି ଜନ ସାଧରଣଙ୍କୁ ସଚେତନ କରାଇଛନ୍ତି। କାରଣ ବୃକ୍ଷ ବିହୁନେ ମଣିଷ ଧ୍ୱସଂ ଅଭିମୁଖେ ଗତି କରୁଥିବାରୁ ଏହାକୁ ରୋକିବାକୁ ବୃକ୍ଷ ହିଁ ଏକମାତ୍ର ସୁରକ୍ଷା କବଚ ପାଲଟିଛି।

ସେଥିପାଇଁ ବୃକ୍ଷକୁ ରାକ୍ଷୀ ବାନ୍ଧି ସମ୍ମାନ ଦେବା ସହ କେମିତି ଆମକୁ ସବୁବେଳେ ସୁରକ୍ଷା ଦେବ, ସେଥିପାଇଁ ଏହି ପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମ ପାତାଳେଶ୍ବର ମନ୍ଦିର ନିକଟସ୍ଥ ପଞ୍ଚୁଦେବାଳୟ ମଠରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବୃକ୍ଷଗୁଡ଼ିକୁ ରାକ୍ଷୀ ବନ୍ଧା ଯାଇଥିଲା। ଏହି ରାକ୍ଷୀଗୁଡ଼ିକ ସାଧରଣତଃ ଭିନ୍ନ ଭିନ୍ନ ମଞ୍ଜି,ଫୁଲ, ପତ୍ର ଏବଂ ଝୋଟ ଦଉଡ଼ିରେ ତିଆରି ହୋଇଥିଲା, ଯାହା ପରିବେଶ ଅନୁକୂଳ। ବୃକ୍ଷର ସୁରକ୍ଷା ପାଇଁ ସବୁଜ ବାହିନୀ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ, ଯାହାର ଲକ୍ଷ୍ୟ ହେଉଛି ବୃକ୍ଷକୁ ମଣିଷ ସହ ଯୋଡ଼ିବା ଏବଂ ତାର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେବା । ପରେ ହରଡ଼ାଖଣ୍ଡି ଷ୍ଟେଟ୍ ବ୍ୟାଙ୍କ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବୁଜ ବାହିନୀର ସଭାପତି ଶିବରାମ ପାଣଗ୍ରାହୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଦିପକ କୁମାର ପାତ୍ର, ସହ ସମ୍ପାଦକ ଏ.ପ୍ରକାଶ, ବନମାଳି ପ୍ରଧାନ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ପ୍ରକାଶ ଗୁପ୍ତା, ଆକାଶ ରାଉତ, ପି.ବିନୋଦ, ସାଗର ସାହା, ବି.ସୂର୍ଯ୍ୟ ନାରାୟଣ ପାତ୍ର, ରିଚି ମହାରଣା ଏବଂ ଫ୍ରେଣ୍ଡସ ଚାରିଟେବଲ୍ ଟ୍ରଷ୍ଟର ସଭାପତି ସାଗର ପାତ୍ର ଓ ଅନନ୍ୟ ସଦସ୍ୟମାନେ ସହଯୋଗ କରିଥଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories