www.samajalive.in
Wednesday, December 10, 2025
26.1 C
Bhubaneswar

ସାକ୍ଷୀଗୋପାଳଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ସୁଆଣ୍ଡୋ: ପୁରୀଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ରବିବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଛି । ଠାକୁରଙ୍କ ପାରମ୍ପରିକ ନୀତିକାନ୍ତି ସରିବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ସିଂହାସନରେ ଠାକୁର ହାତରେ ସୁବର୍ଣ୍ଣବଂଶୀ ମଥାରେ କିରିଟି ଚନ୍ଦନ ଚର୍ଚ୍ଚିତ ହୋଇ ତୁଳସୀ ଭୂଷଣ ହୋଇ ପାଟ ପିତାମ୍ବରୀ ବସ୍ତ୍ର ପରିଧାନ କରି ଭକ୍ତଗଣଙ୍କୁ ଦର୍ଶନ ଦେଇଥିଲେ । ଶହଶହ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ବିଳମ୍ବିତ ରାତିରେ ଠାକୁରଙ୍କ ଜନ୍ମବିଧି ନୀତି କରାଯାଇ କୋରା ଭୋଗ କରାଯିବ । ସେବାୟତ ସଂଘ ଆନୁକୂଲ୍ୟରେ ମନ୍ଦିର ଆଗରେ ବିଶ୍ଵଶାନ୍ତି ମହାଯଜ୍ଞ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେଉଛି । ସନ୍ଧ୍ୟାରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗଦେଇ ଆୟୋଜିତ ଭଜନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଜିଲା ମୁଖ୍ୟ ଚିକିତ୍ସାଧାକାରୀ ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories