www.samajalive.in
Tuesday, December 9, 2025
17.1 C
Bhubaneswar

ଗୁଗଲ ମ୍ୟାପରେ ବିବାହ ପ୍ରସ୍ତାବ

ବର୍ଲିନ: ସାଧାରଣତଃ ଫୋନ କରି, ହ୍ୱାଟସଆପ ଅଥବା ବ୍ୟକ୍ତିଗତ ଭାବରେ ସାମନାସାମନି ଜଣେ ଜଣକୁ ବିବାହ ପ୍ରସ୍ତାବ ଦେଇପାରନ୍ତି। କିନ୍ତୁ ଗୁଗଲ ମ୍ୟାପରେ ବିବାହ ପ୍ରସ୍ତାବ!! ଏକଥା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ରୋଚକ ମଧ୍ୟ। ଜର୍ମାନୀରେ ଘଟିଛି ଏହିଭଳି ଏକ ଘଟଣା। ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିରେ ନିଜ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ‘ମୋତେ ବିବାହ କରିବ କି?’ ବୋଲି ଲେଖିବା ପରେ ଗୁଗଲ ମ୍ୟାପରେ ଉକ୍ତ ଫଟୋକୁ ଯୁବତୀ ଜଣକ ଦେଖି ତାଜୁବ ହୋଇଯାଇଛନ୍ତି।
ଜର୍ମାନୀର ହୁଟେନବର୍ଗ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ସ୍ୱର୍ଜ ନିଜ ଜମିରେ ମକା ଚାଷ କରିଥିଲେ। ସେ ତାଙ୍କ ବାନ୍ଧବୀଙ୍କୁ ବିବାହ ପ୍ରସ୍ତାବ ଦେବାପାଇଁ ଏକ ଅଭିନବ ଯୋଜନା କରିଥିଲେ। ମକା ଲଗାଯାଇଥିବା ପ୍ରାୟ ଦୁଇ ହେକ୍ଟର ଚାଷ ଜମିରେ ସେ ଏକ ଘାସ କଟା ମେସିନ ନେଇ ସେଥିରେ ‘ୱିଲ ୟୁ ମ୍ୟାରି ମି?’ ବୋଲି ଲେଖିଥିଲେ। ଏହାପରେ ବାନ୍ଧବୀଙ୍କ ନିକଟକୁ ଫୋନକରି ତାଙ୍କ ଚାଷଜମି ଉପରେ ସେ ଏକ ଡ୍ରୋନ ଉଡାଇବାକୁ କହିଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ମହାକାଶରେ ଥିବା ଉପଗ୍ରହ ତାଙ୍କ ଚାଷଜମିର ଫଟୋ ଉଠାଇସାରିଛି ଏବଂ ତାହା ଗୁଗଲ ମ୍ୟାପରେ ପ୍ରଦର୍ଶିତ ହେଉଛି। ତାଙ୍କ ଖୁଡି ଯେତେବେଳେ ଗୁଗୁଲ ମ୍ୟାପର ସ୍କ୍ରିନସଟ୍‍ ତାଙ୍କ ନିକଟକୁ ପଠାଇଲେ, ସେତେବେଳେ ଏହି ଯୁବକ ଜଣକ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଗୁଗୁଲ ମ୍ୟାପ ସମ୍ପର୍କରେ ସେ ଏତେ ବିଶେଷ ଭାବରେ ଜାଣିନଥିଲେ।
ଅବଶ୍ୟ ସ୍ୱର୍ଜଙ୍କ ଅନୁରୋଧ ରକ୍ଷାକରି ତାଙ୍କ ବାନ୍ଧବୀ ଡ୍ରୋନ ପଠାଇଥିଲେ। କିନ୍ତୁ ତାହା ବିଶେଷ ଉପରେ ଉଡୁନଥିବାରୁ ଚାଷଜମିରେ ଫସଲ କଟାଯାଇ କଣ ଲେଖାଯାଇଛି କି ନାହିଁ ତାହା ଯୁବତୀ ଜଣକ ଦେଖିପାରିନଥିଲେ। କ୍ରମଶଃ ସେ ଡ୍ରୋନକୁ ଉପରକୁ ନେବା ପରେ ଗୋଟିଏ ଗୋଟିଏ ଅକ୍ଷର ତାଙ୍କର ଦୃଷ୍ଟିଗୋଚର ହେଲା। ସେ ସମୁଦାୟ ଲେଖା ପଢିବାପରେ ତୁରନ୍ତ ଯୁବକଙ୍କୁ ଫୋନ କରି ବିବାହ ନିମନ୍ତେ ସମ୍ମତି ଜଣାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories