www.samajalive.in
Thursday, December 11, 2025
18.1 C
Bhubaneswar

ଡେଲଟା ପ୍ରକରଣ ଉଭୟ ଟିକା ନେଇନଥିବା ଓ ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି: ରିପୋର୍ଟ

ଚେନ୍ନଇ: କୋଭିଡ-୧୯ର ଡେଲଟା ପ୍ରକରଣ କୋଭିଡ ଟିକା ନେଇ ନଥିବା ଏବଂ ନେଇଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାଯାଇଛି। ଚେନ୍ନଇରେ ଏ ସମ୍ପର୍କରେ ହୋଇଥିବା ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ ଟିକା ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ସେ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା କମ୍‍ ରହୁଛି। ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି, ଚେନ୍ନଇ ପକ୍ଷରୁ ଏହି ରିପୋର୍ଟକୁ ଅନୁମୋଦନ କରାଯାଇଛି ଏବଂ ତାହା ଅଗଷ୍ଟ ୧୭ରେ ଜର୍ଣ୍ଣାଲ ଅଫ ଇନଫେକ୍ସନରେ ପ୍ରକାଶ ପାଇଛି।

ଅନୁଧ୍ୟାନରୁ ଜଣାଯାଇଛି ଯେ ଟିକା ନେଇନଥିବା ଏବଂ ନେଇଥିବା ବ୍ୟକ୍ତିଙ୍କ ଠାରେ ବି.୧.୬୧୭.୨ ଭୂତାଣୁ ଉପସ୍ଥିତିରେ କିଛି ପାର୍ଥକ୍ୟ ନାହିଁ। କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ ଡେଲଟା ପ୍ରକାଣ ସଂପ୍ରତି ଅନ୍ୟତମ ସର୍ବାଧିକ ସଂକ୍ରମଣକାରୀ ଷ୍ଟ୍ରେନ ହୋଇଛି। ଏହା ଉଭୟ ବର୍ଗଙ୍କୁ ସଂକ୍ରମିତ କରିବା କ୍ଷମତା ରଖୁଛି। ତେବେ ଟିକ ନେଇଥିବା ବ୍ୟକ୍ତିଙ୍କ ଠାରେ ଅସୁସ୍ଥତା ଲକ୍ଷଣ ବୃଦ୍ଧି ସେଭଳି ଗମ୍ଭୀର ରୂପ ଧାରଣ କରୁନାହିଁ। ତେଣୁ କୋଭିଡ ସଂପର୍କିତ ନିୟମାବଳୀ କଡାକଡି ଭାବେ ପାଳନ କରିବା ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଦୈନିକ ଟିକାଦାନ ସଂଖ୍ୟାରେ ବୃଦ୍ଧି ଘଟାଇବାକୁ ହେବ। ଏହା ଦ୍ୱାରା ଏହି ମହାମାରୀର ଆଉ ଏକ ଲହରକୁ ରୋକାଯାଇପାରିବ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories