www.samajalive.in
Saturday, December 13, 2025
15.1 C
Bhubaneswar

ମରୁଡି ନାମରେ ଚାଷୀଙ୍କୁ ଏକଜୁଟ କରି ସରକାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଗୁଡିକ ରଣନିତୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ସାଂଗଠନିକ ବୈଠକ ସହିତ ନେତାମାନେ ଛାମୁଆଁ ନେତାଙ୍କୁ ଘରକୁ ଡାକି ଆଲୋଚନା ଆରମ୍ଭ କରିଛନ୍ତି। ସେହିପରି ନିର୍ବାଚନ ପ୍ରସ୍ତୁତିରେ ଆଗରେ ଥିବା ବିଜେପି ପ୍ରତିଦିନ କିଛି କିଛି କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଲୋକଙ୍କୁ ଦଳସହ ଯୋଡିବାକୁ ପ୍ରୟାସ ଆରମ୍ଭ କରିଛି। ବିଶେଷ ଭାବରେ ଜିଲାରେ ମରୁଡି ପରିସ୍ଥିତି ଦେଖାଦେଇଥିବାବେଳେ ଚାଷୀମାନେ ହତାଶ ହୋଇପଡିଛନ୍ତି। ବିଭିନ୍ନ ସମୟରେ ସାର,ବୀହନ ଓ ଧାନ ବିକ୍ରି ସମସ୍ୟା ନେଇ ଚାଷୀଙ୍କୁ ଏକଜୁଟ କରି ବିଜେପି ବିକ୍ଷୋଭ ଓ ଆନ୍ଦୋଳନ ଡାକରା ଦେଇଥିବାବେଳେ ବର୍ତ୍ତମାନ ମରୁଡି ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକଜୁଟ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଚାଷୀମାନଙ୍କ ଏକ ବୈଠକ ଯୁବନେତା କୁନା ମାହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ଆସନ୍ନ ମରୁଡି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଚାଷୀମାନଙ୍କୁ କିପରି ଜଳସେଚନ ଓ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଚାଷଜମିକୁ କିପରି ଜଳସେଚନର ସୁବିଧା ମିଳିପାରିବ ସେଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ମତପ୍ରକାଶ କରିଥିଲେ।

 

- Advertisement -

ସେହିପରି ଜିଲା କିଷାନ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇବାସହ ଚାଷୀମାନେ କିପରି ଭାବରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଓ ବୀମା ଯୋଜନାରେ ଚାଷୀମାନଙ୍କୁ କିପରି ହଇରାଣ କରାଯାଉଅଛି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ବିଜେପି ପଛୁଆବର୍ଗ ମୋର୍ଚ୍ଚା ସଭାପତି ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆ ଓ ବରିଷ୍ଠ ସ୍ୱେଛାସେବୀ ତଥା ନିର୍ଦ୍ଦେଶକ ବନମାଳୀ ରଣା ଅତିଥି ଭାବରେ ଯୋଗଦେଇ ଚାଷୀମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଗ୍ରାମାଞ୍ଚଳରେ ଏହି ବୈଠକ ଓ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ବିଜେପିର ନିର୍ବାଚନ ପ୍ରସ୍ତୁତି ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ଖୁବ ଶିଘ୍ର ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଓ ଜିଲାକୁ ମରୁଡି ଘୋଷଣା ପାଇଁ ଚାଷୀଙ୍କୁ ନେଇ ଏକ ବଡ ଆନ୍ଦୋଳନ ପାଇଁ ସଜବାଜ ଚାଲିଥିବା ଆଲୋଚନା ହେଉଅଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତାପସ କୁମାର ପଟ୍ଟନାୟକ,ବ୍ୟୋମକେଶ ମହାପାତ୍ର ଓ ସୁନିଲ କୁମାର କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories