www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ଵାରା କୋଭିଡ କଟକଣାକୁ ଅନୁପାଳନ କରି ୭୫ ତମ ସ୍ଵାଧୀନତା ଦିବସ

ଭୁବନେଶ୍ବର:   ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ଵାରା କୋଭିଡ କଟକଣାକୁ ଅନୁପାଳନ କରି  ୭୫ ତମ ସ୍ଵାଧୀନତା ଦିବସ  ପାଳିତ ହୋଇ ଯାଇଛି। ଭୁବନେଶ୍ବର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ଠାରେ ଏହି ଉପଲକ୍ଷେ ଅୟୋଜିତ ଉତ୍ସବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଜର ଅଭିଭାଷଣ ଶ୍ରୀ ନାୟକ ଅଗଣିତ ସ୍ଵାଧୀନତା ସଂଗ୍ରାମୀ ଙ୍କର ଅତୁଳନୀୟ ବଳିଦାନ ଓ ଆତ୍ମୋତ୍ସର୍ଗର ସ୍ମୃତିଚରଣ କରିବା ସହ, କଷ୍ଟଲବ୍ଧ ସ୍ଵାଧୀନତା ର ପ୍ରକୂତ ସ୍ଵାଦ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ଆମକୁ କଠିନ ପରିଶ୍ରମ, ସାଧୁତା ଓ କର୍ତ୍ତବ୍ୟ ନିଷ୍ଠା ଦ୍ଵାରା ସ୍ଵାଧୀନତା ର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବାକୁ ପଡିବ। ଏଥିପାଇଁ ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ରହିଛି ।ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ ନିମନ୍ତେ ବ୍ରତୀ ହେବାପାଇଁ ଯୁବ ସମାଜ ଆଗେଇ ଆସିବାକୁ ସେ ଆହ୍ଵାନ କରିଥିଲେ। ପ୍ରତ୍ୟେକ ନାଗରିକ ସ୍ଵାଧୀନତା ର ସଦୁପଯୋଗ କରି ନୂଆ ଭାରତ ଗଠନ ନିମନ୍ତେ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବା ଉଚିତ୍।

 

- Advertisement -

ସମାଜର ଅବହେଳିତ, ପଛୁଆବର୍ଗ, ମହିଳା ଓ ଯୁବଶକ୍ତି ର ଉନ୍ନତି ନିମନ୍ତେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାଏକ ଙ୍କର ନେତୃତ୍ବରେ ରାଜ୍ଯ ସରକାର ଗ୍ରହଣ କରୁଥିବା ପ୍ରତ୍ୟକଟି ଯୋଜନା କୁ ସଫଳ ଭାବେ ରୂପାୟନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯତ୍ନବାନ ହେବା ଉଚିତ। ତେବେ ଯାଇ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କର ରାମରାଜ୍ୟର ସ୍ଵପ୍ନ ସାକାର ହେବ। ଆମ ରାଜ୍ୟ କୋଭିଡ ନିୟନ୍ତ୍ରଣ ଓ ବିପର୍ଯୟ ପରିଚାଳନା ରେ ବିଶ୍ୱ ଦରବାର ରେ ଉଚ୍ଚ ପ୍ରସଂଶିତ ହୋଇଛି , ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକସ କ୍ରୀଡାରେ ଏକଚାଳିଶ ବର୍ଷ ପରେ ଉଭୟ ପୁରୁଷ ଓ ମହିଳା ହକିରେ ଭାରତର ଉଲେଖନୀୟ ସଫଳତା ପଛରେ ରାଜ୍ୟ ସରକାର ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦିଗଦର୍ଶନ ପ୍ରଣୀଧାନ ଯୋଗ୍ୟ ବୋଲି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ। ଏହି ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଯୁବ କଲ୍ୟାଣ ପରିଷଦ ର ଯୁଗ୍ମ ସଚିବ ତଥା କ୍ରୀଡା ଓ ଯୁବସେବା ବିଭାଗ ର ଯୁଗ୍ମ ଶାସନ ସଚିବ  ବିଜୟାନନ୍ଦ ନାୟକ, ପରିଷଦର ଓସଡ଼ି ଭାରତୀ ଭିଷଣ ମିଶ୍ର, ଅନିଲ କୁମାର ଚୌଧୁରୀ ଓ ପୋଗ୍ରାମ ଅଫିସର ନିବେଦିତା ଆଚାର୍ଯ୍ୟ ଓ ଅଡିଟର ମାନଗୋବିନ୍ଦ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories