www.samajalive.in
Thursday, December 11, 2025
15.1 C
Bhubaneswar

ଜେଜେମାଆଙ୍କ କାନ୍ଧରେ ବିତୁଛି ଜୀବନ

ନବରଙ୍ଗପୁର: ଜେଜେମାଆଙ୍କ କାନ୍ଧରେ ବିତୁଛି ଜୀବନ। ଏମିତି ଏକ ଦୁଃଖଭରା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତରେ ।

ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତର ମାଳିଆମ୍ବ ଗ୍ରାମର ୧୨ ବର୍ଷର ଶିଶୁ ବାବୁଲି ସାନ୍ତା ଜନ୍ମ ବେଳେ ଚିକିତ୍ସା ଅଭାବ ଯୋଗୁଁ ଦିବ୍ୟାଙ୍ଗ ହୋଇଯାଇଥିବା ବେଳେ ବାବୁଲିକୁ ମାତ୍ର ଚାରି ମାସ ବୟସ ବେଳକୁ ତାଙ୍କ ମାଆ ଆରପାରିକୁ ଚାଲିଗଲେ । ଦେଢ଼ ବର୍ଷର ଝିଅ ପ୍ରେମଲତା ସାନ୍ତା, ଚାରି ମାସର ଶିଶୁ ବାବୁଲିକୁ ଜେଜେମାଆ ଓ ଜେଜେବାପା ନିଜ ପାଖରେ ରଖି ଲାଳନପାଳନ କରୁଥିଲେ। ବାବୁଲିର ମାଆଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରି ବାବୁଲିକୁ ଓ ଝିଅ ପ୍ରେମଲତାକୁ ଛାଡି ଅନ୍ୟତ୍ର ଚାଲିଗଲେ। ବାବୁଲିର ଜେଜେମାଆ ଜେଜେବାପା କୁଲି ମଜୁରୀ କରି କଷ୍ଟେ ମଟେ ଭରଣପୋଷଣ କରୁଛନ୍ତି । ଜେଜେମାଆ ଜେଜେବାପା ନିକଟସ୍ଥ ଖଜୁରୀ ଗ୍ରାମ ବିଦ୍ୟାଳୟରେ ବାବୁଲିର ନାମ ଲେଖାଇଥିଲେ । ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ଜ୍ଵରରେ ପୀଡିତ ହୋଇ ତାର ଦୁଇଟି ଗୋଡ଼ ଅକାମି ହୋଇଯାଇଥିଲା । ଚିକିତ୍ସା ପାଇଁ ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲ ଯାଇଥିଲେ କିନ୍ତୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଅର୍ଥ ଅଭାବ ଯୋଗୁଁ ଵୃଦ୍ଧା ଜେଜେମାଆ ଓ ଜେଜେବାପା ବାବୁଲିକୁ ବାହାରକୁ ଚିକିତ୍ସା ପାଇଁ ନେବାପାଇଁ ଅସମର୍ଥ କାରଣରୁ ଆଜିକୁ ପାଞ୍ଚ ବର୍ଷ ହେଲା ବାବୁଲି ନିଜେ ଚଲାବୁଲା ନ କରି ଜେଜେମାଆର କାନ୍ଧ ସାହାଯ୍ୟରେ ହିଁ ବିତାଉଛି ଜୀବନ। ଦିବ୍ୟାଙ୍ଗ ବାବୁଲିକୁ କାନ୍ଧରେ ନେଇ ପ୍ରତିଦିନ ସ୍କୁଲ ନେବାପାଇଁ ଜେଜେମାଆ ପାଖରେ ଆଉ ବଳ ନଥିବା ଯୋଗୁ ବାଧ୍ୟ ହୋଇ ପାଠ ପଢା ବନ୍ଦ କରିଦେଲେ । ଶୌଚ କରିବାଠୁ ଆରମ୍ବ କରି ସମସ୍ତ କାର୍ୟ୍ୟ ପାଇଁ ହେଲେ ଜେଜେମାଆ ହିଁ ଶିଶୁଟିକୁ କାନ୍ଧରେ ବୋହି ନେଉଛନ୍ତି । ଦିବ୍ୟାଙ୍ଗ ଭତ୍ତା ଏବଂ ସରକାରୀ ସହାୟତା ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପ୍ରଶାସନ ତରଫରୁ ଗୋଟିଏ ତିନି ଚକିଆ ସାଇକେଲ ଦେଇଦେଇ ଚୁପ ରହିଥିବା ବେଳେ ଏଯାବତ ପ୍ରଶାସନ ତରଫରୁ କୌଣସି ପ୍ରକାର ସହାୟତା ମିଳିନାହିଁ । ବାବୁଲିର ଆଧାରକାର୍ଡ଼ ଥାଇ ମଧ୍ୟ ଚାଉଳରୁ ଵଞ୍ଚିତ ଅଛି। ଏପଟେ ଜେଜେମାଆ ଜେଜେବାପାଙ୍କ ବୟସ ଦିନ ଦିନକୁ ବଡୁଥିବା ଯୋଗୁଁ କୁଲି ମଜୁରୀ କରି ନାତି ନାତୁଣୀଙ୍କୁ ପୋଷିବା କଷ୍ଟକର ହେଉଛି। ତେଣୁ ପ୍ରଶାସନ ତରଫରୁ ବିକଳାଙ୍ଗ ଭତ୍ତା, ଚାଉଳ ଓ ସରକାରୀ ସୁବିଧା ଯୋଗାଇ ଦେବାକୁ ଵୃଦ୍ଧା ଦମ୍ପତି ନିବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories