www.samajalive.in
Monday, December 8, 2025
24.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର :  ୭୫ତମ ସ୍ଵାଧୀନତା ଦିବସ ଅବସରରେ ନବରଙ୍ଗପୁର ଗାନ୍ଧିନଗର ସ୍ଥିତ ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘର ନିଜସ୍ୱ କମୁନିଟି ଗୃହ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ସଙ୍ଘର ସଭାପତି ଏନ. ଗଣେଶ ସମସ୍ତ କର୍ମକର୍ତ୍ତା ଓ ସଭ୍ୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଆୟୋଜିତ ସଭାରେ ବାରିକ ସଂଘ ଗଠନରେ ଅତୁଳନୀୟ ଅବଦାନ ପାଇଁ ସ୍ୱର୍ଗତ କେ.ମହେଶ ଙ୍କୁ ମରଣାନ୍ତକ  ସମ୍ମାନ  ତାଙ୍କ ପତ୍ନୀ କେ.ଚାଣ୍ଟିଙ୍କୁ  ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଙ୍ଘର ବରିଷ୍ଠ ସଦସ୍ୟ ଏ.ରବି, କେ. ତ୍ରିନାଥ, ବି. ରାମୁ, ପି. ତ୍ରିନାଥ, ଏନ. ଶ୍ରୀନୁ, କେ. ବାବୁ ରାଓ, କେ. ଚିନୁ ଙ୍କୁ ମଧ୍ୟ  ସମ୍ବର୍ଦ୍ଧିତ କରାଯାଇଥିଲ ।। ସଙ୍ଘର ସଭାପତି  ଏନ. ଗଣେଶଙ୍କ ସମେତ ଉପସଭାପତି ବି. ସୀମାଞ୍ଚଳମ ଏବଂ ସମ୍ପାଦକ ଆର.ସନ୍ତୋଷ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।ଏହି ଅବସରରେ ସଙ୍ଘର ବରିଷ୍ଠ ଏବଂ କନିଷ୍ଠ ସଭ୍ୟଙ୍କ ମଧ୍ୟରେ କୋଭିଡ଼ ନିୟମ ଅନୁଯାୟୀ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସାଂସଦ ପ୍ରତିନିଧି ସୁନୀଲ ସାହୁ, ବରିଷ୍ଠ ଓକିଲ ଖାଡେଶ୍ୱର ଖାଡାଙ୍ଗା,ସାମଜ ସେବି ମୋହନା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ସଙ୍ଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ପରିଚାଳନା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories