www.samajalive.in
Friday, December 5, 2025
27.1 C
Bhubaneswar

୫ମାସ ପରେ ଆଠଗଡ଼ରେ ସଂକ୍ରମିତ ଶୂନ୍ୟ

ଆଠଗଡ଼ : କରୋନା ସଂକ୍ରମଣର ୨ୟ ଲହର  ଆରମ୍ଭ ହେବାର ୫ମାସ ପରେ ଶନିବାର ଆଠଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ ରହିବା ଏକ ଆଶ୍ୱସ୍ତିକର ବିଷୟ ।  ଆଠଗଡ଼ ଡାକ୍ତରଖାନାରେ ୩୨, ବ୍ରହ୍ମପୁର ସିଏଚସିରେ ୨୯ ଓ ଡବାଗାଡିଆ ଶିବିରରେ ୩୬ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ କେହି ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଏଥି ସହିତ ଆଠଗଡ଼ ଡାକ୍ତରଖାନାରେ ୩୦, ବ୍ରହ୍ମପୁର ସିଏଚସିରେ ୭ ଓ ଡବାଗାଡିଆ ଶିବିରରେ ୧୦୦ଜଣଙ୍କୁ ମିଶାଇ ମୋଟ ୧୩୭ଜଣଙ୍କର ସ୍ୱାବ୍‍ ନମୁନା ଆରଟପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡ଼ିଛି । ଗୋଟିଏ ଦିନ ସଂକ୍ରମିତ ଶୂନ୍ୟ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ଯାଇନାହିଁ ଏବଂ ସମ୍ଭାବ୍ୟ ୩ୟ ଲହର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଲୋକମାନେ ଯଥେଷ୍ଟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ସହିତ କୋଭିଡ ନିର୍ଦ୍ଦେଶାବଳୀ ମାନିବା ଲାଗି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories