www.samajalive.in
Thursday, December 11, 2025
16.1 C
Bhubaneswar

ନିମ୍ନମାନର ଉନ୍ନୟନ କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୋଷ, ତଦନ୍ତ ଦାବି

ବେଗୁନିଆ: ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ରେ ହେଉଥିବା ଉନ୍ନୟନ କାର୍ୟ୍ୟ ଗୁଡିକ ନିମ୍ନମାନର ହେଉଥିବା ଯୋଗୁଁ କାର୍ୟ୍ୟ ଗୁଡିକର ସ୍ଥାୟୀତ୍ୱ ବେଶିଦିନ ରହୁ ନାହିଁ। ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନହେବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ସମ୍ପୃକ୍ତ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ୟ୍ୟ ଗୁଡିକ ଶାସକ ଦଳର କର୍ମୀ ମାନେ କରୁଥିବା ଯୋଗୁଁ ସେମାନେ ତାଙ୍କ ଇଚ୍ଛା ଅନୁସାରେ କରୁଛନ୍ତି ।ଫଳରେ କାର୍ୟ୍ୟ ଗୁଡିକ ନିମ୍ନ ମାନର ହେଉଥିବା ଯୋଗୁଁ ତାର ସ୍ଥାୟୀତ୍ୱ ବେଶିଦିନ ରହୁନାହିଁ। ଜନସାଧରଣଙ୍କ ହିତ ଉଦ୍ଦେଶ୍ୟରେ ଗୋଟିଏ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ୟ୍ୟ ହେଉଥିବା ବେଳେ ଶାସକ ଦଳର କେତେଜଣ ହାତଗଣତି କର୍ମୀ ତାର ଫାଇଦା ନେଉଥିବାର ଅଭିଯୋଗ ହେଉଛି। ଗତ କିଛିଦିନ ତଳେ ଗ୍ରାମର ଶଙ୍ଖୁଆ ପୋଖରୀ କାର୍ୟ୍ୟରେ ହୋଇଥିବା ଅନିୟମିତତା ଅଭିଯୋଗ ସମ୍ପର୍କରେ ସମାଜ ରେ ଖବର ପ୍ରକାଶ ପାଇବା ପରେ ସଂପୃକ୍ତ କାର୍ୟ୍ୟର ବିଲ ବନ୍ଦ କରିବା ପାଇଁ ବିଡିଓ ନିର୍ଦେଶ ଦେଇଥିବାବେଳେ ଉକ୍ତ ପଞ୍ଚାୟତକୁ ଧାନଖଳା କରିବା ପାଇଁ ଆସିଥିବା ୭ ଲକ୍ଷ ୩୨ହଜାର ଟଙ୍କାର ଅନୁଦାନରେ ପଙ୍ଗ।ରସିଂହ ସିଂହ ପଞ୍ଚାୟତ ର ପଙ୍ଗ।ରସିଂହ ମୌଜାରେ କାମ ହେବା ଯୋଗୁଁ ବି ଡି ଓ ଙ୍କ ନିକଟରେ ଅଭିଯୋଗ ହେବା ପରେ ସମାଜ ପୋର୍ଟାଲ ରେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବରେ ଖବର ପ୍ରକାଶ ପାଇଥିଲା ।

 

- Advertisement -

ଫଳରେ ବ୍ଲକ ତରଫରୁ ସମ୍ପୃକ୍ତ କାର୍ୟ୍ୟ ବନ୍ଦ କରାଯାଇ ତହସିଲଦାରଙ୍କୁ ଲ୍ୟାଣ୍ଡ ଷ୍ଟାଟସ ମଗାଯାଇଛି ।ତହସିଲଦାରଙ୍କ ରିପୋର୍ଟ ମିଳିବା ପରେ ସେଠାରେ ସମ୍ପୃକ୍ତ କାର୍ୟ୍ୟ କରାଯିବ ବୋଲି ବି ଡି ଓ କହିଛନ୍ତି ।କିନ୍ତୁ ଏହାପରେ ଏବେ ପୁଣି ଆଉ ଗୋଟିଏ ଅଭିଯୋଗବି ଡି ଓ ଙ୍କ ନିକଟରେ ହୋଇଥିବାର ଜଣା ପଡ଼ିଛି । ସମ୍ପୃକ୍ତ ଗ୍ରାମର ଧୋବା ପୋଖରୀ ର ପୁନରୁଦ୍ଧାର କାର୍ୟ୍ୟ କରିବା ପାଇଁ୨୦୧୮/୧୯ ଆର୍ଥିକ ବର୍ଷରେ ଜି ଜି ଯୋଜନାରେ ୨ ଲକ୍ଷ ଟଙ୍କା ର ଅନୁଦାନ ଆସିଥିବାବେଳେ୨୦୧୯/୨୦ ଆର୍ଥିକ ବର୍ଷରେ କାର୍ୟ୍ୟ କରାଯାଇଥିଲା ।କିନ୍ତୁ କାର୍ୟ୍ୟ ହେବାର ଏକ ବର୍ଷ ନ ହେଉଣୁ ନିର୍ମାଣ କରାଯାଇଥିବା ପାହାଚ ଗୁଡିକ ଗଡ ଗଡ଼ ହୋଇ ଫାଟି ଗଲାଣି ।ଆଉ କିଛିଦିନ ପରେ ତାହା ବ୍ୟବହାର ଅନୁପଯୋଗୀ ହୋଇପଡିବ । ଏ ସଂକ୍ରାନ୍ତରେ ବି ଡି ଓ ,ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରାଯାଇଛି ।କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ପଞ୍ଚାୟତ ର ଜନସାଧାରଣ ଚାହିଁ ବସିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories