www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ଗୃହ ମନ୍ତ୍ରାଳୟ ସମ୍ମାନ ପାଇବେ ୪ ପୁଲିସ ଅଧିକାରୀ

ଭୁବନେଶ୍ବର : ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଓଡ଼ିଶା ପୁଲିସର ୪ଜଣ ପୁଲିସ ଅଧିକାରୀଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଦକ ପ୍ରଦାନ କରାଯିବ। ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସେମାନଙ୍କର ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଉପ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ନିରୀକ୍ଷକ ଦେବେନ୍ଦ୍ର କୁମାର ବିଶ୍ବାଳ, ନିରୀକ୍ଷକ ତୃପ୍ତି ରଞ୍ଜନ ନାୟକ ଓ ନିରୀକ୍ଷକ ଶ୍ରୀକାନ୍ତ ସାହୁ।
ସାଲେପୁର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଉପ ଅଧୀକ୍ଷକ ଶ୍ରୀ ମଲ୍ଲିକ ତଦନ୍ତ କରିଥିଲେ। ଏହି ମାମଲାର ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ସେହିପରି ନିରୀକ୍ଷକ ଶ୍ରୀ ବିଶ୍ବାଳ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ମୁଣ୍ଡ ବିହୀନ ଜଣେ ମହିଳାଙ୍କ ମୃୃତ୍ୟୁ ଘଟଣା‌େ‌ର ୨ ଅଭିଯୁକ୍ତଙ୍କୁ ଠାବ କରିଥିଲେ। କନ୍ଧମାଳ ଜିଲାର ନିରୀକ୍ଷକ ଶ୍ରୀ ନାୟକ ୪ଟି ଭିନ୍ନ ମାମଲାର ତଦନ୍ତ କରି ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଇ ପାରିଛନ୍ତି। ଏଥିରେ ହତ୍ୟା, ବଳାତ୍କାର ଓ ଡକାୟତି ମାମଲା ରହିଛି। କେନ୍ଦୁଝର ଜିଲାର ନିରୀକ୍ଷକ ଶ୍ରୀ ସାହୁ ୩ଟି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଅଧିକାରୀମାନେ ତଦନ୍ତ ବେଳେ ଅତ୍ୟାଧୁନିକ ଅପରାଧ ବିଧି ବିଜ୍ଞାନ(ଫୋରେନସିକ୍‌  ସାଇନ୍ସ)ର ବିନିଯୋଗ କରି ତଦନ୍ତରେ ସଫଳ ହୋଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories