www.samajalive.in
Sunday, December 7, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ସହିତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବି ଜଣାଇଲା  ପାଇକ ମହାସଂଘ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୁଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଆସନ୍ତା ପଂଚାୟତ ନିର୍ବାଚନରେ ଏସ୍ଇବିସିମାନଙ୍କ ପାଇଁ ଶତକଡ଼ା ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ବିଜୁ ଜନତା ଦଳ ତଥା ଏହାର ସଭାପତିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଓଡ଼ିଶା ଜନସଂଖ୍ୟାର ଶତକଡ଼ା ୫୨ ଭାଗ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ପଛୁଆ, ସେମାନେ ହେଉଛନ୍ତି ପାଇକ। ନିଜ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଉଥିବା ପାଇକମାନଙ୍କର ଦାୟାଦମାନେ ଆଜି ଗରୀବୀର କଷାଘାତରେ ଜର୍ଜରିତ। ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ଘଟିପାରିନାହିଁ। ଇଂରେଜ ସମୟରେ ରାଜାମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିସ୍କର ଜମିରେ କର ବସିବା ଦ୍ୱାରା ପାଇକମାନେ ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏମାନଙ୍କର କୌଣସି ଅର୍ଥନୈତିକ ବିଷମ ଘଟିନାହିଁ। ଖାଲି ନିର୍ବାଚନ ନୁହେଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଶତକଡ଼ା ୨୭ ଭାଗ ସ୍ଥାନ ସଂରକ୍ଷଣ ଗ୍ରହଣ କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟତର ପାଇକ ମହାସଂଘ ପକ୍ଷରୁ ଦାବୀ କରାଯାଇଛି। ଏହାଦ୍ୱାରା ପାଇକମାନଙ୍କର ଅର୍ଥନୈତିକ, ସାମାଜିକ, ବିକାଶ ଘଟିପାରିବ। ଆଜି ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ପାଇକ ମହାସଂଘ ରାଜ୍ୟ ସଂଯୋଜକ କେଦାର ଦାସ, ପ୍ରଫେସର ଗାୟନ ସାମଲ, ଉପଦେଷ୍ଟା ବିଭୂତି ସ୍ୱାଇଁ, ଭୀମସେନ ବିଶ୍ୱାଳ, ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଲା ସଭାପତି ରାଜ କିଶୋର ବେହେରା, ଢେଙ୍କାନାଳ ଜିଲ୍ଲା ସଭାପତି ନବ ସାମଲ, ଅନୁଗୁଳ ରଞ୍ଜନ ବିଶୋଇ, ଜଗତ୍ସିଂହପୁର ସଭାପତି ବିଦ୍ୟାଧର ନାୟକ, ଭୂବନେଶ୍ୱର ସଭାପତି ଅଜୟ ନାୟକ, ଉପସଭାପତି ଭୀମସେନ ପାଇକରାୟ, ପୁରୀ ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ବଡ଼ମ୍ବା ପାଇକ ସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ ପ୍ରମୁଖ ଭ୍ରାମଭାଷ ସଭାରେ ଯୋଗଦାନ କରି ଅଭିନନ୍ଦନ ଜ୍ଞାପନ କରିବା ସହିତ ସଂରକ୍ଷଣ ଦାବୀ ଜଣାଇ ଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories