www.samajalive.in
Monday, December 8, 2025
27.1 C
Bhubaneswar

ମାଛର ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ପାଇଁ ପ୍ରଶିକ୍ଷଣ ନେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ନବରଙ୍ଗପୁର: ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ମଧୁର ଜଳ ଜୀବ ପରିଚାଳନା ସଂସ୍ଥାନ (ସିଫା)  ଭୁବନେଶ୍ଵର ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ୨୧ ଜଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସିଫା ପରିସରରେ  ମାଛ ଆଚାର ଓ ଚଟନି ପ୍ରସ୍ତୁତ ତାଲିମ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧାର  ଡ ହରପ୍ରିୟା ନାୟକ ଓ ସୁକାନ୍ତି ବେହେରା ତାଲିମ୍ ପ୍ରଦାନ କରିଥିଲେ।
ମାଛ ଓ ଚିଙ୍ଗୁଡି ଆଚାର ପ୍ରସ୍ତୁତ ତାଲିମ କାର୍ଯକ୍ରମ ଦ୍ୱାରା ନବରଙ୍ଗପୂର  ଜିଲ୍ଲାର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଅଧିକ ଲାଭବାନ ହୋଇ ପାରିବେ ବୋଲି ସିଫା ର ନିର୍ଦ୍ଦେଶକ ଡ ସରୋଜ କୁମାର ସ୍ବାଇଁ କହିଥିଲେ।  ମାଛ ଆଚାର ପ୍ରସ୍ତୁତ ରେ  ୩୫୦ ରୁ ୪୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମାଛ ଆଚାର ୭୦୦ ରୁ ୮୦୦ ଟଙ୍କା ବିକ୍ରୀ କରା ଯାଇ ପାରିବ ବୋଲି ବରିଷ୍ଟ ବୈଜ୍ଞାନିକ ଡଃ ନାଗେଶ୍ କୁମାର ବାରିକ ମତବ୍ୟକ୍ତ କରିଛନ୍ତି। ନବରଂଗପୁର ଜିଲ୍ଲାର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ  ମାଛ ଆଚାର ଓ ଚଟନି ପ୍ରସ୍ତୁତ ତାଲିମ କାର୍ଯକ୍ରମ ଆସନ୍ତା ଦିନରେ ଅନ୍ୟ ଜିଲ୍ଲା ର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧାର ମୂଖ୍ୟ ଡ ଶିବ ଶଙ୍କର ଗିରି କହିଥିଲେ।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories