କଣ୍ଟାବାଞ୍ଜି: କ୍ରୀଡାର ବିକାଶ ନିମନ୍ତେ ରାଜ୍ୟ ସରକାର ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ମୋଟ ୮୯ ଗୋଟି ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହି ଧାରାରେ କଣ୍ଟାବାଞ୍ଜି ଏନଏସି ପାଇଁ ମଧ୍ୟ ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଏନଏସିର ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ୦.୯୦ ଡିସମିଲ ଜମିରେ ଏହି ବହୂମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ୬ କୋଟି ୩୪ ଲକ୍ଷ ୪୨ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହି ଷ୍ଟାଡିୟମ ୧୮ ମାସରେ ତିଆରି ହେବ ବୋଲି ମନ୍ତ୍ରୀ ଟୁୁକୁନୀ ସାହୁ କଣ୍ଟାବାଞ୍ଜିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ଏହି ଷ୍ଟାଡିୟମ କ୍ରୀଡା ସହ ବନ୍ୟା ଓ ବତ୍ୟା ସମୟରେ ଆଶ୍ରୟସ୍ଥଳି ଏବଂ ମହାମାରୀ ସମୟରେ ୫୦ ଶଯ୍ୟା ଡାକ୍ତରଖାନା ଭାବେ ବ୍ୟବହାର କରାଯାଇପାରିବ। ଏହା ବ୍ୟତିତ ଟ୍ରେନିଂ ମିଟିଙ୍ଗ ଏବଂ ବିଭିନ୍ନ ସମୟରେ ପରୀକ୍ଷା କେନ୍ଦ୍ର ଭାବେ ମଧ୍ୟ ଏହି ଷ୍ଟାଡିୟମ ଉପଯୋଗୀ ହୋଇପାରିବ ବୋଲି ଶ୍ରମତୀ ସାହୁ ଘୋଷଣା କହିଛନ୍ତି। ବ୍ୟାଡ଼ମିଣ୍ଟନ, ଟେବୁଲ ଟେସିନ, ଭରା ଉତ୍ତୋଳନ ଆଦି କ୍ରୀଡା ସହଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ଉକ୍ତ ଷ୍ଟାଡିୟମରେ ରହିବ ବୋଲି ସୁଚନା ଦେଇଛନ୍ତି। ଏହି ସମ୍ମିଲନୀରେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ, ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ପ୍ରମୁଖ ମଞ୍ଚାସିନ ଥିବା ବେଲେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡାବିତ ବଜୟ ବଂସଳ, ରାଜ୍ୟ ମହିଳା ଉପସଭାପତି ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାନ, ରାଜେନ୍ଦ୍ର ବେହେରା, ଦେବାର ବାରିକ, ଅମୁଲ୍ୟ ନାଗ, ମୁନା ମହାନ୍ତି, ବିଶାଳ ବେହେରା, ନଗର ଯୁବ ସଭାପତି ବିଷ୍ଣୁ ଜୁଏଡ, ଯୁଗ୍ମ ସଂପାଦକ ଶାନ୍ତାନୁ ବିଭାର, ଅରୁଣ ବାଗ, ସତ୍ୟନାରାଣ ରାଏ, ଶେଷଦେବ ପୁଟେଲଙ୍କ ସମେତ ମାରୱାଡି ମହିଳା ମଂଚର ସଦସ୍ୟା ଓ ମହିଳା ନେତ୍ରୀମାନେ ଉପସ୍ଥିତ ଥିଲେ।



