www.samajalive.in
Monday, December 8, 2025
13.1 C
Bhubaneswar

ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ନାଉରୀ ନାୟକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଏବଂ ଦେହେରିପାଲି ଗ୍ରାମ ରେ ଆଜି ରେଙ୍ଗାଲି ବିଧାୟକ ନାଉରି ନାୟକ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି। ବିଧାୟକ ଶ୍ରୀ ନାୟକ ଦଳିୟ କର୍ମକର୍ତ୍ତା ଙ୍କ ଗହଣ ରେ ପ୍ରଥମେ ଲଇଡା ର ଦୁତିକା ସାହୁ ମହାବିଦ୍ୟାଳୟ ପରିସର ରେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହେବାକୁ ଥିବା ବିଜ୍ଞାନଗାର ଗୃହର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ପ୍ରାରମ୍ଭିକ ସୂଚନା ଦେଇ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ର/ଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ନାୟକ କହିଥିଲେ ଯେ ମହାବିଦ୍ୟାଳୟର ମୌଳିକ ଭିତ୍ତିଭୁମିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

 

- Advertisement -

ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ବିଧାୟକଙ୍କୁ ସ୍ୱାଗତ ଜଣାଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ। ଏହାପରେ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ଲଇଡାର ଦଧିବାମନ ମହାପ୍ରଭୁଙ୍କ ଭୋଗ ଗୃହ ଏବଂ ଲଇଡା ବଜାରପଡାରୁ ସମଲେଇ ମନ୍ଦିରକୁ ସଂଯୋଗ କରୁଥିବା ୪ଲକ୍ଷ ଟଙ୍କା ବ୍ୟୟ ଅଟକଳର କଂକ୍ରିଟ୍ ରାସ୍ତା କାମର ଶିଳାନ୍ୟାସ କରିଥିଲେ। ଏହାବ୍ୟତୀତ ଲଇଡା ନିକଟସ୍ଥ ଦେହେରିପାଲି ଗ୍ରାମକୁ ପୂର୍ତ୍ତ ବିଭାଗ ରାସ୍ତାରୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ମଞ୍ଜୁରର ହୋଇଥିବା ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ରାସ୍ତାକାମର ମଧ୍ୟ ଶିଳାନ୍ୟାସ କରିଥିଲେ। ବିଜେପି ଲଇଡା ମଣ୍ଡଲ ସଭାପତି ପ୍ରକାଶ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚପରିଚାଳିତ ସମସ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାକାର୍ଯ୍ୟକାରିଣୀ ସଭ୍ୟ ଜୟ ନାରାୟଣ ନାଏକ, ଅଜୟ ମହାପାତ୍ର, ପ୍ରେମାନନ୍ଦ ବ୍ରିନେଦ୍. ମଣ୍ଡଲ ସମ୍ପାଦକ ଗୋପିନାଥ ରୋହିଦାସ, ଏସ୍.ସି ମୋର୍ଚ୍ଚା ସଭାପତି ଅଶୋକ ରୋହିଦାସ , ନିର୍ମଳ ସାହୁ ଦିନେଶ କୁମାର ଭୋଇ, ମାନେଶ୍ୱର ବ୍ଳକ୍ ପରମାଣପୁରର ବିଜେପି ନେତା ନରେନ୍ଦ୍ର ମିଶ୍ର, ସୁରେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଦେହେରିପାଲି ଗ୍ରାମର ବହୁ ସଚେତନ ନାଗରିକ ମଧ୍ୟ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories