ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ଆଜି ଇସ୍ରୋ ପକ୍ଷରୁ ତାଜା ସୂଚନା ଦିଆଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି ମହାକାଶଯାନ ଚନ୍ଦ୍ରାୟନ-୨ର ଆର୍ବିଟର। ୨୦୧୯ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରାୟନ ୨ର ଅର୍ବିଟରରୁ ସୂଚନା। ଚନ୍ଦ୍ରରେ ଜଳଅଣୁ(ଏଚ୨ଓ) ଏବଂ ହାଇଡ୍ରୋକ୍ସିଲ୍(ଓଏଚ) ଥିବା ପ୍ରମାଣ ମିଳିଛି। ଚନ୍ଦ୍ରର କକ୍ଷ ପଥରେ ଇମେଜିଂ ଇନ୍ଫ୍ରାରେଡ ସ୍ପେେକ୍ଟ୍ରାମିଟର ଦ୍ବାରା ଜଣାପଡ଼ିଛି। ଆଗକୁ ଏଥି ନେଇ ଅଧିକ ଜଣାପଡ଼ିବ ବୋଲି ଇସ୍ରୋର ବୈଜ୍ଞାନିକ ପ୍ରକାଶ କହିଛନ୍ତି।



