www.samajalive.in
Monday, December 8, 2025
24.1 C
Bhubaneswar

ଜୟଶ୍ରୀ ଛକ ନିକଟରେ ସଡକ ଦୁର୍ଘଟଣା; ୨ ଶିଶୁ ସମେତ ୭ ଆହାତ

ଗଞ୍ଜାମ : ଗଞ୍ଜାମ ଜୟଶ୍ରୀ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କର ସହ ଯାତ୍ରୀବାହୀ ଅଟୋ ଧକ୍କା ହୋଇଛି। ଫଳରେ ଅଟୋରେ ବସିଥିବା ୨ ଶିଶୁଙ୍କ ସମେତ ୭ ଜଣ ଆହାତ ହୋଇଛନ୍ତି। ଆହାତମାନଙ୍କୁ ଗଞ୍ଜାମ ସହରର ସମାଜସେବୀ ସୁଧିର ପାଢୀ ଓ ବଳିଆ ବେହେରାଙ୍କ ସହଯୋଗରେ ଗଞ୍ଜାମ ଥାନା ପୁଲିସ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।

ମିଳିଥିବା ସୂଚନା ଅନୁସାରେ, ରମ୍ଭା କଲେଜ ଛକ ନିକଟରୁ ଏକ ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା। ଅଟୋରେ ବସିଥିବା ୨ ଶିଶୁ ସମେତ ୭ ଜଣ ଆହାତ ହୋଇଛନ୍ତି। ଆହାତମାନେ ହେଲେ ରମ୍ଭା ଅଞ୍ଚଳର କେ. ତୁଳସମା ରେଡ୍ଡି, ଆର୍‌. ବୁଲୁ, ଚନ୍ଦ୍ରାମ୍ମା, ଜି. ଲକ୍ଷ୍ମୀ, କ୍ରିଷ୍ଣା ପାତ୍ର, ଶିବ ରେଡ୍ଡି ଓ ତିରୁପତି ରେଡ୍ଡି। ଛତ୍ରପୁରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଆହାତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories