www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରବିବାର ହ୍ରାସପାଇ ୧ହଜାର ତଳକୁ ଖସିଥିବାବେଳେ ସୋମବାର ପୁଣି ବୃଦ୍ଧିପାଇଛି। ଏହି ଦିନକ ମଧ୍ୟରେ ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ସଂକ୍ରମିତ ୪୩୬ ଜଣ ରହିଛନ୍ତି। ଅନୁଗୁଳ ଜିଲାରେ ୫୭, ବାଲେଶ୍ୱର ୨୩, ବରଗଡ ୩, ଭଦ୍ରକ ୧୫, ବଲାଙ୍ଗିରରୁ ଜଣେ, ବଉଦ ଜଣେ ଏବଂ କଟକରୁ ୧୩୨ ଚିହ୍ନଟ ହୋଇଛନ୍ତି।

ସେହିଭଳି ଦେବଗଡରୁ ୭, ଢେଙ୍କାନାଳ ୧୦, ଗଜପତି ୩, ଗଞ୍ଜାମ ୧୧, ଜଗତସିଂହପୁର ୮୧, ଯାଜପୁର ୩୬, କଳାହାଣ୍ଡି ୫, କନ୍ଧମାଳ ୫, କେନ୍ଦ୍ରାପଡା ୨୮, କେନ୍ଦୁଝର ୧୭ ଓ ଖୋର୍ଦ୍ଧାରୁ ୩୮୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟରୁ ୫, ମାଲକାନଗିରି ୩, ମୟୁରଭଞ୍ଜ ୩୮, ନବରଙ୍ଗପୁର ୨, ନୟାଗଡା ୨୮, ନୂଆପଡା ୨, ପୁରୀ ୩୪ ଓ ରାୟଗଡାରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ସମ୍ବଲପୁରରୁ ୯, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୧୪୭୫ ଜଣ ସୁସ୍ଥ ହୋଇଛନ୍ତି। ସୋମବାର ସଂଧ୍ୟା ସୁଦ୍ଧା ରାଜ୍ୟରେ ୧୦୯୮୮ ନୂଆ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories