www.samajalive.in
Monday, December 8, 2025
27.1 C
Bhubaneswar

ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ, ୧୩ ଗୁରୁତର

ତିହିଡ଼ି : ତିହିଡ଼ି ଥାନା ଅଧୀନ ଭଦ୍ରକ-ଚାନ୍ଦବାଲି ରାସ୍ତାର ବଡ଼ଗାଲ ଛକରେ ଆମ୍ବୁଲାନ୍ସ ଓ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଭଦ୍ରକ ଓ କଟକ ପଠାଯାଇଛି। ସୂଚନା ଅନୁଯାୟୀ; ତିହିଡ଼ିରୁ ଏକ ମୃତଦେହ ନେଇ ଆମ୍ବୁଲାନ୍ସଟି ସାହାପୁର ଅଭିମୁଖେ ବାହାରିଥିଲା। ଆମ୍ବୁଲାନ୍ସରେ ଚାଳକ ସମେତ ୫ଜଣ ଥିଲେ। ମାତ୍ର ଗୋଟିଏ କିଲୋମିଟର ଯିବା ପରେ ବଡ଼ଗାଲ ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଅଟୋରେ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ୯ଜଣ ଥିଲେ ବୋଲି ଆଲୋଚନା ହେଉଛି। ଧକ୍କା ଦେବା ପରେ ଆମ୍ବୁଲାନ୍ସ ଓଲଟି ପଡ଼ିଥିଲା। ଆମ୍ବୁଲାନ୍ସରେ ଥିବା ବାସନ୍ତୀ ପତି (୧୨), ମୀନାରାଣୀ ନାୟକ (୪୫), ଯଶୋଦା ପତି (୪୦) ଓ ଅନ୍ୟ ଜଣେ (ଯାହାଙ୍କର ପରିଚୟ ମିଳିପାରିନାହିଁ) ଆହତ ହୋଇଛନ୍ତି। ସେହିପରି ଅଟୋଟି ଚାନ୍ଦବାଲିରୁ କୋଠାର ଆସୁଥିଲା। ଏଥିରେ ଥିବା ଚନ୍ଦନ ସାହୁ (୨୫), କଣ୍ଡେଇ ମହାଳିକ (୨୫), ପିଣ୍ଟୁ ଜେନା (୨୮), ମେଣ୍ଟାଲ ସୂତାର ( ୨୨), ପୁଅ ଜେନା (୧୨) ପ୍ରମୁଖ ଆହତ ତିହିଡ଼ି ଡାକ୍ତରଖାନାରେ ଥିବା ବେଳେ ଅନ୍ୟମାନଙ୍କୁ ଭଦ୍ରକ ପଠାଯାଇଛି। ଅଟୋରେ ଥିବା ଲୋକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଓ ତା’ ମା’ ମଧ୍ୟ ଆହତ ହୋଇଛନ୍ତି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories