ସୋମବାର ରାଶିଫଳ (୦୯/୦୮/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Aug 9, 2021 Share ମେଷ : ମେଧାବୀ ଓ ସ୍ଥିତପ୍ରଜ୍ଞ ହୋଇପାରନ୍ତି। ସୁକର୍ମା ହେବେ। ଗୁପ୍ତ ବିଦ୍ୟା ଓ ଗୁପ୍ତ ଧନ ଯୁକ୍ତ ହେଇପାରନ୍ତି। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁସ୍ଥ ଓ ନିରାମୟ ରହିବେ। ବୃଷ : ଦ୍ବିଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଶାନ୍ତି, ଧର୍ମ, ବିନୟ ଓ ଦେବ ଆରଧାନା ନିରତ ହୁଏ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ମିଳିବ। ମିଥୁନ : ବୃକ୍ଷ, ଜଳ, ବନାଦିରୁ ଧନ ପ୍ରାପ୍ତ ହୁଏ। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ। ଇଷ୍ଟ ସୁଖ ଭୋଗ କରିପାରନ୍ତି। ପୁତ୍ରମାନଙ୍କର ପ୍ରୀତିକାରୀ ହେବେ। ଅତି ସୁଖୀ ଓ ହୃଷ୍ଟ ଚିତ୍ତ ହେବେ। ମନ ପ୍ରସନ୍ନ ରହିବ। କର୍କଟ : ଜ୍ଞାନ-ଗରିମା ଯୁକ୍ତ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ଶତ୍ରୁଘାତୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପରୋପକାରୀ ଓ ସେବା ମନୋବୃତ୍ତି ସୃଷ୍ଟି ହେବ। ସିଂହ : ଦ୍ବିଜ ଓ ଦେବ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଯଜ୍ଞାଦି ଧର୍ମ କ୍ରିୟା ଓ ସାଧୁ ସେବା କାର୍ଯ୍ୟରେ ଆଗ୍ରହୀ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଯେତେ ଦୁଃଖ କଷ୍ଟ ଆସିଲେ ବି ଭାଷା ମଧୁର ରହିବ। କନ୍ୟା : ନବବସ୍ତ୍ର, ସୁପାତ୍ର, କୃଷି, ସେବା, ଶାସ୍ତ୍ର ଓ ସାଧୁ ହେତୁକ ଲାଭବାନ୍ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। Related Posts ଭୁଲରେ ବି କରନ୍ତୁନି ଏଭଳି କାମ, ବ୍ୟାନ୍… May 2, 2024 ୫୪ ବର୍ଷର ଲୋମଟାଙ୍କୁରା କାହାଣୀ…. May 2, 2024 ତୁଳା : କାର୍ଯ୍ୟର ସଫଳତା ପରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ କାରବାର ଉନ୍ନତମାନର ହେବ। ପରୋପକାରୀ ଓ ସେବାକାରୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଛା : ବ୍ରତ, ଉପବାସ, ତୀର୍ଥାଶ୍ରୟ ଓ ସେବାରେ ଧର୍ମ ପ୍ରାପ୍ତ ହେବେ। ସର୍ବଦା ନିୟମ ଓ ସମୟାନୁବର୍ତ୍ତିତା ହେବେ। କ୍ଷମତାସୀନ ହେବେ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସିତ ହେବେ। କୃତୀ ପ୍ରତିଯୋଗୀ ହେବେ। ଧନୁ : ଦୁରୁହ କାର୍ଯ୍ୟର ସଫଳ ରୂପାୟନ କରି ଆଶ୍ବସ୍ତ ହେବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ବିଶୁଦ୍ଧ ଜଳପାନ କରିବାର ଆବଶ୍ୟକତା ଅଛି। ଅତିଥି ସତ୍କାର କରିବେ। କୁଳ ପ୍ରଧାନ ହେବେ। ନୀତି, ନିୟମର ସଦ୍ ବ୍ୟବହାର କରିବେ। ମକର : ଅବିବାହିତମାନଙ୍କର ମନୋବୃତ୍ତିରେ ସୌଭାଗୀ ଯୁକ୍ତା, କଳଙ୍କ ରହିତା ଓ ସଂଯମୀ କନ୍ୟା ସହ ବିବାହ ସମ୍ବଦ୍ଧ ସ୍ଥିର ହେବ। କାର୍ଯ୍ୟରେ ସଫଳତା ପାଇ ସୁଖୀ ହେବେ। ସୁସ୍ବାଦୁ ଭୋଜନରେ ଆନନ୍ଦ ଉପଭୋଗ କରିବେ। କୁମ୍ଭ : ଗୃହୀ, ଆତୁର, ବ୍ରାହ୍ମଣ, ରାଜା ଓ ମହାଜନର ଶତ୍ରୁ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶତ୍ରୁକୁ ପରାଜିତ କରି ମନର ମାନସିକ ଶାନ୍ତି ଫେରିପାଇବେ। ମୀନ : ପୁତ୍ରମାନେ ପ୍ରସିଦ୍ଧି, କୀର୍ତ୍ତିମାନ୍, ମହାନୁଭବ, ଧନ ଓ ବିନୟାଦି ଯୁକ୍ତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ। Horoscope 9th Aug. 2021odia news Share FacebookTwitterWhatsApp
Comments are closed.