www.samajalive.in
Tuesday, December 9, 2025
16.1 C
Bhubaneswar

ପୃଥକ ପୃଥକ ଦୁଇ ମୃତଦେହ ଠାବ

ଜେକେପୁର: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନରେ ଆଜି ପୃଥକ ପୃଥକ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ ଚାନ୍ଦିଲି ଥାନା ଅଧିନ ସିଲଟିଗୁଡା ଜଳଭଣ୍ଡାରରେ ଗୋଟିଏ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଚାନ୍ଦିଲି ପୋଲିସ ଓ କୋଲନରା ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଶବକୁ ପାଣିରୁ ଉଦ୍ଧାର କରାଯାଇଛି । ଯୁବକ ଜଣକଙ୍କ ଦୁଇ ହାତରେ ତାଟୁ ଚିନ୍ନ ଥିବା ପୋଲିସ ପ୍ରକାଶ କରିଛି । ରାୟଗଡା ମଙ୍ଗଳା ମନ୍ଦିର ନିକଟରେ ତାଙ୍କ ଘର ଓ ମୃତ ବ୍ୟକ୍ତିଙ୍କ ନାମ ବି ଲଷ୍ମୀନାରାୟଣ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଚାନ୍ଦିଲି ଥାନା କେଶ ନମ୍ବର ୧୩/୨୧ ରେ ଏକ ଅପମୁର୍ତ୍ତୃ ମାମଲା ରୂଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ତଦନ୍ତକାରୀ ଅଫିସର ଭାସ୍କର ମାଣିଆ ପ୍ରକାଶ କରିଛନ୍ତି। ସେହିଭଳି ରାମବାବୁ ନାମକ ଜଣେ ୨୫ବର୍ଷୀୟା ଯୁବକର ମୃତଦେହ ସିଙ୍ଗାପୁର ଷ୍ଟେସନ ନିକଟ କୁରୁମପେଟା ରେଳ ଧାରଣାରୁ ଜିଆରପି ପୋଲିସ ଉଦ୍ଧାର କରିଛି । ରାମବାବୁର ଘର ଜେକେପୁର ବିସରୋଡ ସ୍ଥିତ ତୁଲସିଆମା ଲେନରେ ବୋଲି ଜଣାପଡିଛି।ଦୁଇଟି ଶବକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories