ଭୁବନେଶ୍ୱର : ରାଜଧାନୀ ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ମଞ୍ଚେଶ୍ୱର ପୁଲିସ ୨୧ ଜଣଙ୍କୁ ଗିରଫ କରିଛି ବୋଲି ଆଜି ଜଣାପଡିଛି। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଏହି ଘଟଣାରେ ବେସବଲ ବ୍ୟାଟ୍ , ଖଣ୍ଡା, ଭୁଜାଲି , ମାରଣାସ୍ତ୍ର ମଧ୍ୟ ଜବତ କରିଛି।
ସୂଚନା ଯୋଗ୍ୟ, ଗତକାଲି ମଞ୍ଚେଶ୍ୱର ମୁଣ୍ଡା ସାହିରେ ପ୍ରାୟ ଅଧଘଣ୍ଟା ଧରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଛୋଟ କଥାକୁ ନେଇ ଏହି ଝଗଡା ହୋଇଥିବା ବେଳେ ପ୍ରାୟ ୪୦ ରୁ ୫୦ ଯୁବକ ଏହି ଆକ୍ରମଣରେ ସାମିଲ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ ହୋଇଥିବା ବେଳେ ପୁଲିସ ସିସିଟିଭ ଯାଞ୍ଚ ସହିତ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଘଟଣାରେ ୫ ରୁ ୬ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣା ; ୨୧ ଗିରଫ
Popular Categories



