www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଦୁଇ ଜର୍ସି ଗାଈଙ୍କ ମୃତ୍ୟୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇ ପାଖରେ ଥିବା ଦୁଇଟି ଜର୍ସି ଗାଈଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଗାଈ ମାଲିକ କେ ନାଗଭୂଷଣ ରାଓ କହିବା ଅନୁଯାୟୀ ସବୁଦିନ ପରି ବିଦ୍ୟୁତ ଖୁଣ୍ଟରେ ଦୁଇଟି ଜର୍ସି ଗାଈ ସହ ଛୁଆକୁ ବାନ୍ଧି ରଖିଥିଲେ। ପାହାନ୍ତିଆ ୩ଟା ସମୟରେ ୧୧କେଭି ବିଦ୍ୟୁତ ଖୁଣ୍ଟରେ ବଡ ଶବ୍ଦ ହୋଇଥିଲା । ଯାହାଫଳରେ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିବାରୁ ନିକଟରେ ବନ୍ଧା ଯାଇଥିବା ଜର୍ସି ଗାଈ ଉପରେ ପଡିବାରୁ ଦୁଇଟି ଗାଈ ମରିଯାଇଥିବା ବେଳେ ତାର ଛୁଆ ଅଳ୍ପକେ ବର୍ତ୍ତି ଯାଇଥିଲା। ଏବଂ ଜର୍ସି ଗାଈ ଗର୍ଭବତୀ ରହିଥିବା ମାଲିକ ନାଗଭୂଷଣ କହିଛନ୍ତି । ଏହି ଦୁଇ ଜର୍ସି ଗାଈର ମୂଲ୍ୟ ପ୍ରାୟ ୮୫ ହଜାର ଟଙ୍କା ହେବ ବୋଲି କହିଛନ୍ତି । ଏହାର କ୍ଷତି ପୁରାଣ ଯୋଗାଇ ଦେବାପାଇଁ ବିଦ୍ୟୁତ ବିଭାଗକୁ ଦାବି କରିଛନ୍ତି । ଗୋଟିଏ ଗାଈକୁ ଟ୍ରାନ୍ସଫର୍ମର ଖୁଣ୍ଟ ଓ ଅନ୍ୟ ଗାଈକୁ ବିପିଲ କରେଣ୍ଟ ଖୁଣ୍ଟରେ ବାନ୍ଧିଥିଲେ । ବିଦ୍ୟୁତ ଦ୍ୱାରା ଗାଈର ମୃତ୍ୟୁ ହୋଇଥିବା ଗ୍ରାମର ଦାମା ସେଠି, ସୁମିତ କୁମାର ନାୟକ, ଗାଈ ମାଲିକ କହୁଥିବା ବେଳେ ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁ ଓ ଥାନା ଏସ ଆଇ ବିମଲ କହଁର ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ । ବିଦ୍ୟୁତ ଚଡକରେ ଗାଈର ମୃତ୍ୟୁ ହୋଇନାହିଁ ବରଂ ଅନ୍ୟ କୌଣସି କାରଣ ଯୋଗୁଁ ମୃତ୍ୟୁ ହୋଇଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories