www.samajalive.in
Tuesday, December 9, 2025
16.1 C
Bhubaneswar

ପୋଖରୀରେ ବୁଡ଼ି ଚାଷୀ ମୃତ

ବେଗୁନିଆ: ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମର ଜଣେ ଚାଷୀଙ୍କର ତାଙ୍କ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଗ୍ରାମର ଭରତ ସ୍ୱାଇଁ ସକାଳୁ ନିଜ ବିଲକୁ କାମ କରିବାକୁ ଯାଇ ଫେରିବାରେ ବିଳମ୍ବ ହେବା ଯୋଗୁଁ ଘର ଲୋକମାନେ ତାଙ୍କୁ ଖୋଜା ଖୋଜି କରି ନ ପାଇ ଶେଷରେ ଗ୍ରାମ ମୁଣ୍ଡରେ ଥିବା ନୂଆପୋଖରୀକୁ ଯାଇ ଭରତ ବିଲକୁ ନେଇ ଯାଇଥିବା ଫାଉଡ଼ାଟି ପୋଖରୀ ହୁଡା ଉପରେ ଥୁଆ ହୋଇଥିବାର ଦେଖିବାକୁ ପାଇଥିଲେ । ତାପରେ ପୋଖରୀ ଭିତରେ ପଶି ଖୋଜିବାରେ ତାଙ୍କୁ ପାଇ ସଙ୍ଗେ ସଙ୍ଗେ ରଣପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ସେ ଜଣେ ଭଲ ଚାଷୀ, ସମାଜସେବୀ ଏବଂ ପୁରାଣ ଗାୟକ ଭାବେ ପରିଚିତ ହୋଇ ବିଭନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ରଣପୁର ଥାନାରେ ଏ ସଂକ୍ରାନ୍ତରେ ୧୧/୨୧ ନଂ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories