www.samajalive.in
Monday, December 8, 2025
27.1 C
Bhubaneswar

ରାୟଗଡା ଜିଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଗୁଣୁପୁର ଗସ୍ତ, ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ସଜବାଜ 

ରାୟଗଡ଼ା: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ପାଗ ଭିଡ଼ିଲାଣି ଶାସକ ବିଜେଡ଼ି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସର୍ବ ପ୍ରଥମ ଦଳ ଭାବରେ ବିଜେଡ଼ି ତାର ପ୍ରସ୍ତୁତି ଜୋରଦାର କରିଛି । ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ପ୍ରଥମ କରି ଗୁଣୁପୁର ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି । ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏହି ସମ୍ମିଳନୀରେ ନୂଆ ପର୍ଯ୍ୟବେକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଆନ୍ଧ୍ରରେ ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ କୁ ଗ୍ରହଣ କରି ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ରୁଦ୍ଧଦ୍ୱାର ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଅତନୁ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା କିପରି ପହଞ୍ଚିବ, ସାଧାରଣ ଲୋକେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ଏଥିପାଇଁ ବିଜେଡ଼ି ସବୁ ବେଳେ ଗୁରୁତ୍ୱ ଦେଇଛି । ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି । ପର୍ଯ୍ୟବେକ୍ଷକ ଙ୍କ ଗସ୍ତ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାସଙ୍କ ସମେତ ବହୁ କର୍ମୀ ଓ କାର୍ଯ୍ୟକାର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories