ରେଙ୍ଗାଲି: ରେଙ୍ଗାଲି ବ୍ଳକର କିନାଲୋଇ ଠାରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିନାଲୋଇର ଅଙ୍ଗନବାଡି କର୍ମୀ ଜୟନ୍ତି ମିଶ୍ର, ଘଣ୍ଟମାଲର ଅଙ୍ଗନବାଡି କର୍ମୀ ସବିତା ଦୀକ୍ଷିତ ଏବଂ ଚଟେନପଡାର ଅଙ୍ଗନବାଡି କର୍ମୀ ପ୍ରମିଳା ମୁଣ୍ଡା ଯୋଗ ଦେଇ ମାଆମାନଙ୍କୁ ସ୍ତନ୍ୟପାନର ଉପକାରିତା ଉପରେ ବିଶଦ୍ ଭାବରେ ବୁଝାଇଥିଲେ। ଶିଶୁ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନର ସବୁଠାରୁ ବେଶୀ ଗୁରୁତ୍ୱ ରହିଛି ବୋଲି ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ମାଆମାନଙ୍କୁ ବୁଝାଇ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦେଇଥିଲେ।
Popular Categories



