www.samajalive.in
Thursday, December 11, 2025
13.1 C
Bhubaneswar

ଦେଶରେ ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ତାହାର କାରଗୁଡିକର ମୂଲ୍ୟବୃଦ୍ଧି କରାଯାଇଛି। ମଙ୍ଗଳବାର ଠାରୁ ଦେଶରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଚଳିତ ବର୍ଷ କମ୍ପାନୀ ପକ୍ଷରୁ ଏହା ତୃତୀୟ ମୂଲ୍ୟ ସଂଶୋଧନ ବୋଲି ଜଣାଯାଇଛି। ଏହା ଗତ ମଇ ମାସରେ କାରଗୁଡିକର ମୂଲ୍ୟ ୧.୮% ପର୍ଯ୍ୟନ୍ତ ଏବଂ ତାହା ପୂର୍ବରୁ ଜାନୁଆରୀରେ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ତେବେ କେବଳ ଟାଟା ଚଳିତ ବର୍ଷ ଏକାଧିକ ଥର ମୂଲ୍ୟ ବୃଦ୍ଧି ଘଟାଇନାହିଁ, ତାହାସହିତ ମାରୁତି ସୁଜୁକି ମଧ୍ୟ ଚଳିତ ବର୍ଷ ତାହାର ଯାନଗୁଡିକର ମୂଲ୍ୟ ବୃଦ୍ଧି କରିଛି। ଭାରତର ସ୍ୱଦେଶୀ କମ୍ପାନୀ ଟାଟା ମୋଟର୍ସ କହିଛି ଯେ ଏହାର ଯାତ୍ରୀବାହୀ ଗାଡିଗୁଡିକର ମୂଲ୍ୟ ପ୍ରକରଣ ଭିତ୍ତିରେ ଭିନ୍ନ ଭିନ୍ନ ହେବ। ତେବେ ମୋଟ ଉପରେ ମୂଲ୍ୟବୃଦ୍ଧି ହାରାହାରି ୦.୮% ହେବ ଏବଂ ଏହା ଆଜି ଅର୍ଥାତ ଅଗଷ୍ଟ ୩ରୁ ଲାଗୁ କରାଯାଉଛି। ମୁଖ୍ୟତଃ କଞ୍ଚାମାଲଗୁଡିକର ଦରବୃଦ୍ଧି କାରଣରୁ କାର ମୂଲ୍ୟ ବୃଦ୍ଧି କରାଯାଉଥିବା କମ୍ପାନୀ କହିଛି। ଏଥିସହିତ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା ଭାରତରେ ସମସ୍ତ ନୂଆ ଟାଟା କାର୍‍ ପାଇଁ ମୂଲ୍ୟଗତ ସୁରକ୍ଷା ପ୍ରଦାନ କରିବ, ଯେଉଁଥିପାଇଁ ଚଳିତ ଅଗଷ୍ଟ ମାସ ୩୧ ସୁଦ୍ଧା ଅଥବା ତାହା ପୂର୍ବରୁ ବିକ୍ରି କରାଯାଇଥିବ ଅଥବା ବିଲ୍‍ ପ୍ରସ୍ତୁତ କରାଯାଇସାରିଥିବ। କମ୍ପାନୀ ଗ୍ରାହକଙ୍କ ପ୍ରତି ନିଜର ପ୍ରତିବଦ୍ଧତା ଜାରି ରଖି ଏବଂ ଟାଟା ମୋଟର୍ସ ଉପରେ ସେମାନେ ରଖିଥିବା ବିଶ୍ୱାସ ଓ ଆସ୍ଥାକୁ ସ୍ୱୀକୃତି ଜଣାଇ କମ୍ପାନୀ ଏହିଭଳି ମୂଲ୍ୟଗତ ସୁରକ୍ଷା ପ୍ରଦାନ କରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories