www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କଳାହାଣ୍ଡି: ଅନୁସୂଚୀତ ଜନଜାତି ଓ ଗରିବ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବି ପାଇଁ ଜିଲାରେ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଆସିଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଜଳସେଚନ, ଗମନା ଗମନ ଠାରୁ ଆରମ୍ଭ କରି ଅନୁସୂଚୀତ ଜନଜାତି ଏବଂ ଗରିବ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ଜିଲାରେ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ପଛୁଆ ଅଞ୍ଚଳ ବିକାଶ ପାଣ୍ଠି, କେବିକେ ନିମନ୍ତେ ସ୍ୱତନ୍ତ୍ର ଅନୁଦାନ ବନ୍ଦ କରିବା ପରେ ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ଏହି ଜିଲାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଜିଲାର ସ୍ୱାସ୍ଥ୍ୟସେବା, ଜଳସେଚନ, ଶିକ୍ଷା ଆଦି ବ୍ୟବସ୍ଥାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଚାନକ ଭାବେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚୀବ ସୁରେଶ ମହାପାତ୍ର, ୫ଟି ସଚୀବ ଭି.କେ. ପାଣ୍ଡିଆନ୍ ସମେତ ଅନ୍ୟ ପଦାଧିକାରୀ ୩୧ ତାରିଖ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ, ସ୍କୁଲ ଓ ଜିଲା ମୁଖ୍ୟଚିକିତ୍ସାଳୟ ବୁଲି ଦେଖିବା ସହିତ ସମୀକ୍ଷା କରିଥିଲେ। ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟ ଶାସନ ସଚୀବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉତ୍କେଲା ଉଡାଜାହାଜ ପଡିଆରେ ଓହ୍ଲାଇଥିଲେ। ଏହାପରେ ସେମାନେ କଡା ସୁରକ୍ଷା ବଳୟ ଭିତରେ ଭବାନୀପାଟଣାସ୍ଥିତ ଭଙ୍ଗାବାରି ଠାରେ ନିର୍ମାଣଧିନ ୫ଶହ ଶର୍ଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ସେଠାରେ ଜିଲାର କୋଭିଡ୍ ପରିଚାଳନା ଓ କୋଭିଡ୍ ହସ୍ପିଟାଲର ସ୍ୱାସ୍ଥ୍ୟବସ୍ଥା ଉପରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡା. ପ୍ରତାପ କୁମାର ବେହେରାଙ୍କ ସମେତ ଆଲୋଚନା କରିଥିଲେ। ଏହାସହିତ କରୋନାର ତୃତୀୟ ଲହରର ମୁକାବିଲା ପାଇଁ କେଉଁପ୍ରକାର ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିବା ସହିତ ଜିଲାରେ ଆରଟିପିଆର ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଥିଲେ। ଏହା ସହିତ ଜିଲାରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ ସହ ଖାଲି ପଡିଥିବା ଫାର୍ମାସିଷ୍ଟ, ଏଏନ୍ଏମ୍, ନର୍ସ, ପାରାମେଡିକାଲ ଷ୍ଟାଫ୍ ପୁରଣ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରତ୍ୟେକ ରୋଗୀଙ୍କୁ ଉପଯୁକ୍ତ ଔଷଧ ଯୋଗାଇ ଦେବା ସହ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସିଡିଏମ୍ଓଙ୍କୁ ପରାମର୍ଶ ଦେଇଥିଲେ। ନିର୍ମାଣାଧିନ ମେଡିକାଲ କଲେଜର ଅଗ୍ରଗତି ସଂପର୍କରେ ପୂର୍ତ୍ତବିଭାଗ ନିର୍ବାହିଯନ୍ତ୍ରୀଙ୍କୁ ପଚାରିବୁଝିବା ସହିତ ନିର୍ଦ୍ଦାରିତ ସମୟ ପୂର୍ବରୁ ଉକ୍ତ ମେଡିକାଲ କଲେଜ କାର୍ଯ୍ୟ ସାରିବା ପାଇଁ ନିର୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ଓ ୫ଟି ସଚୀବ ଶ୍ରୀ ପାଣ୍ଡିଆନ୍ ସମେତ ଅନ୍ୟ ଅଧିକାରୀ ମାନେ ଭବାନୀପାଟଣା ପୁରୁଣାପଡାସ୍ଥିତ ଟାଉନ ହାଇସ୍କୁଲ ଏବଂ ବ୍ରଜମୋହନ ହାଇସ୍କୁଲ ପରିଦର୍ଶନ କରିଥିଲେ। ଉକ୍ତ ଦୁଇ ହାଇସ୍କୁଲରେ କାର୍ଯ୍ୟକାରୀ ହେଉଥିବା ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଇ-ଲାଇବ୍ରେରୀ, ଆଇସିଟି ପରୀକ୍ଷାଗାର, ଶୌଚାଳୟ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ବ୍ରଜମୋହନ ହାଇସ୍କୁଲର ପୂରାତନ ଛାତ୍ରମାନଙ୍କର ସଂପୂର୍ଣ୍ଣ ତଥ୍ୟ ବିବରଣୀ ପ୍ରଦାନ ଶିକ୍ଷକଙ୍କ ଠାରୁ ଗ୍ରହଣ କରିଥିଲେ। ଏହାପରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ମାଣଧିନ ଥିବା ଅମ୍ଲଜାନ ପ୍ଲାଣ୍ଟର କାର୍ଯ୍ୟ ତଦାରଖ କରିବା ସହିତ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଶ୍ରୀ ପାଣ୍ଡିଆନ ସମେତ ଅନ୍ୟ ଅଧିକାରୀ ମାନେ ସର୍କିଟ ହାଉସରେ ଜିଲାର କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ବିକାଶ ମୂଳକ ଯୋଜନା ଉପରେ ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଏସପି ଡ. ଶ୍ରବଣ ବିବେକ ଏମ୍., ସିଡିଏମ୍ଓ ଡା.ପ୍ରତାପ କୁମାର ବେହେରା, ଡିପିଏମ୍ ଅବନୀ କୁମାର ମହାପାତ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories