www.samajalive.in
Wednesday, December 10, 2025
26.1 C
Bhubaneswar

ଅଗଷ୍ଟ ମାସର ଗାଇଡଲାଇନ

ଭୁବନେଶ୍ୱର : ଆଜି ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସି ଘୋଷଣା କରିଛନ୍ତି। ଅଗଷ୍ଟ ୧ ରୁ ସେପ୍ଟେମ୍ବର ପହିଲା ଯାଏଁ ଏହା ବଳବତ୍ତର ରହିବ। ୨୭ ଜିଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । ଭୁବନେଶ୍ୱର,ପୁରୀ କଟକରେ ସପ୍ତାହନ୍ତ ସଟଡାଉନ ଜାରି ରଖିବ। ସାରା ରାଜ୍ୟରେ ମଲ୍‌ ଖୋଲାଯିବ। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍‌ । ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲା ରହିବ। ରାସ୍ତାକଡ ଜଳଖିଆ ଦୋକାନରେ ଠିଆ ହୋଇ ଖାଇପାରିବେ ଲୋକେ।  ୫୦ % ଗ୍ରାହକରେ ରେସ୍ତାରାଁ ଖୋଲାଯାଇ ପାରିବ। କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ ହାର ଟିକେ ଅଧିକ , ତାଲାବନ୍ଦ କାରଣରୁ ସଂକ୍ରମଣ ହାର କମିଛି।  ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।  ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି।  ସମୁଦ୍ର କୂଳ ଓ ପାର୍କ ଖୋଲା ରହିବ, ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇପାରିବ। ପର୍ଯ୍ୟଟକ ଗାଇଡ଼ଲାଇନ ମାନିବେ । ୫୦ % ଗ୍ରାହକରେ ଖୋଲି ପାରିବ ରେସ୍ତାରାଁ , ବାର୍‌  ଢାବା ।  ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍‌ । କଟକ, ଭୁବନେଶ୍ୱର, ପୁରୀରେ ସପ୍ତାହନ୍ତ ସଟଡ଼ାଉନରେ ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟାବଶ୍ୟକ ଜାରି ରହିବ। ହଲ , ମଲ୍‍ ପାଇଁ ସ୍ୱତନ୍ତ୍ର ନିୟମ । ଏହି ସ୍ଥାନ ମାନଙ୍କରେ ସ୍ୱତନ୍ତ୍ର ଗାଇଡଲାଇନ ଅନୁଯାୟୀ, ସିନେମା ହଲ୍‌, ମଲ୍‌ ଯାଉଥିବା ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକା ପ୍ରମାଣପତ୍ର ଜରୁରୀ ।
ଧାର୍ମିକ ପୀଠ ଖୋଲିବାକୁ ଜିଲାପାଳ ନିଷ୍ପତ୍ତି ନେଇପାରିବେ । ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ।  ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ଏନେଇ ନିଜେ ନିଷ୍ପତ୍ତି ନେଇପାରିବେ ।ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ବିବାହ, ଶୁଦ୍ଧିକ୍ରିୟା ନେଇ ପୂର୍ବ ଭଳି କଟକଣା ଜାରି ରହିବ। ଭୋଜି ମନା, ମାତ୍ର ଖାଦ୍ୟ ପାର୍ସଲ ନେଇ ଯାଇପାରିବେ। ଯାତ୍ରା, ଅପେରା ୫୦% ଦର୍ଶକଙ୍କୁ ନେଇ ଚାଲିପାରିବ।ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ରାଜ୍ୟ ଭିତରେ ବସ୍‌ ଚଳାଚଳ ଚାଲୁ ରହିବ, ସିଟିଂ କାପାସିଟି ଅନୁସାରେ ବସିବେ ଯାତ୍ରୀ । ତାଲିମ, ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ମିଳିଥିବା ନେଇ ଏସଆରସି ଘୋଷଣା କରିଛନ୍ତି। ଏହାସହ ଅଫିସିଆଲ ବୈଠକରେ ଶହେ, ଉଦଘାଟନ, ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ମିଳିପାରିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories