www.samajalive.in
Thursday, December 11, 2025
15.1 C
Bhubaneswar

ସଞ୍ଜୀବ ପାଇଲେ ଜ୍ୟୋତିଷ ମହାଋଷି ସମ୍ମାନ

ରେଙ୍ଗାଲିକ୍ୟାମ୍ପ: ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଗବେଷଣା ସଂସ୍ଥା ତରଫରୁ ଏକ ଅନଲାଇନ ମାଧ୍ୟମରେ ଜ୍ୟୋତିଷ ଓ ବାସ୍ତୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଗତ ଜୁଲାଇ ୧ ତାରିଖରେ। ଏହି ପରୀକ୍ଷାରେ ଅତାବିରା ବ୍ଲକ ସିଂହପାଲି ଗ୍ରାମର ସଂଜୀବ କୁମାର ମିଶ୍ର ଅଂଶ ଗ୍ରହଣ କରି ସେଥିରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ତରଫରୁ ଜ୍ୟୋତିଷ ମହାଋଷି ସମ୍ମାନ ପ୍ରାପ୍ତ କରି ବରଗଡ ଜ଼ିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତାରେ ତାଙ୍କର ବାପା ମାଆ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ଏହି ଖବର ପାଇ ଅଞ୍ଚଳର ବ୍ରାହ୍ମଣ ସମାଜ ତଥା ପଣ୍ଡିତ ମହଲ ତାଙ୍କୁ ସାଧୁବାଦ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜ୍ୟୋତିଷ ଶାସ୍ତ୍ର ନିଜର ଆସ୍ଥା ହରାଉଥିବା ବେଳେ ଏହି ଯୁବ ଜ୍ୟୋତିଷ ଏହାର ମଙ୍ଗକୁ ସମ୍ଭାଳି ରଖିବାର ଅକ୍ଲାନ୍ତ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ରହିଛି। ଭବିଷ୍ୟତରେ ସଞ୍ଜୀବ ଅଞ୍ଚଳର ଏକ ମହାନ୍ ଜ୍ୟୋତିଷ ରୂପେ ନିଜକୁ ପରିଚିତ କରାଇପାରିବେ ଏଥିରେ ସନ୍ଦେହ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories