www.samajalive.in
Sunday, December 7, 2025
26.1 C
Bhubaneswar

ଦଶମ ଶ୍ରେଣୀ ଏକ୍ସରେଗୁଲାର ପରୀକ୍ଷା ଦେଲେ ୮ଜଣ ଛାତ୍ରଛାତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଦଶମ ଶ୍ରେଣୀ ଏକ୍ସରେଗୁଲାରରେ ୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ୫ ଜଣ ଓ ସ୍ଥାନୀୟ ବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କୋଭିଡ଼ ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଦ୍ୱାରରେ ତାପମାତ୍ରା ମାପିବା ସହ ମୁଖରେ ତୁଣ୍ଡି, ସାନିଟାଇଜର ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷା କେନ୍ଦ୍ରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର ସୁପରିଟେଣ୍ଡ ଭାବେ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡ ଭାବେ ପ୍ରଦୀପ କୁମାର ଦଳେଇ ରହିଥିଲେ । ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗୋରୀ ଥିଲେ । ଉମାଶଙ୍କର ଖରା, ମୋନାଜ କୁମାର ସାହୁକର, ଅଜିତ ଦାସ, ରାମଚନ୍ଦ୍ର ପ୍ରଧାନ, ବାଦଲ ନାଚିକା, ତୃପ୍ତି ବିଡିକା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିଲେ । ଏହି ପରୀକ୍ଷା ୩୦ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories