www.samajalive.in
Friday, December 12, 2025
19.1 C
Bhubaneswar

ନାବାଳକକୁ ହତ୍ୟା ମାମଲା: ଘଣାସ୍ଥଳରେ ପହଞ୍ଚି ତଦନ୍ତ କଲେ ଭବାନିପାଟଣା ଉପଖଣ୍ଡ ଆରକ୍ଷୀ ଅଧିକାରୀ

କଲମପୁର:ବୁଧବାର ଦିନ ଅପରାହ୍ନରେ ଜଣେ ବ୍ୟକ୍ତି ଜନୈକ ୧୦ ବର୍ଷିୟ ନା ବାଳକ କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାସହ ଉଦ୍ଧାର କରିବାକୁ ଯାଇଥିବା ମୃତକର ବଡ ଭାଇକୁ ମଧ୍ୟ ଧନୁ ତୀରରେ ଆକ୍ରମଣ କରିଥିଲା। ଏହି ଘଟଣାର ତଦନ୍ତ ପାଇଁ ଗୁରୁବାର ସକାଳେ ଭାବନିପାଟଣା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ଅପରାଧ ତଦନ୍ତ ଶାଖାର ବୈଷୟିକ ଦଳ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଥୁଆମୁଳ ଭଟ୍ଟାଗୁଡାର ଘାସିରାମ ମାଝୀଙ୍କ ୧୦ ବର୍ଷିଆ ନାବାଳକ ପୁଅ ଅନୀଲ ମାଝୀ କୁ ସେହି ଗାଁର ଜୟସିଂ ଜାନୀ ନାମକ ବ୍ୟକ୍ତି ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାସହ ମୃତକ ଅନିଲର ବଡ ଭାଇ ଦେବାନନ୍ଦ ଓ ଅନ୍ୟ ଜଣେ ବୃଦ୍ଧଙ୍କୁ ମଧ୍ୟ ଅଭିଯୁକ୍ତ ଧନୁ ତୀର ସହାୟତାରେ ଆକ୍ରମଣ କରିଥିଲା। ଏନେଇ ଥୁଆମଉଳ ରାମପୁର ଥାନାରେ ସୁଚନା ଦେବା ପରେ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରିଥିଲେ। ଗୁରୁବାର ଭବାନିପାଟଣା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ଏକ ଅପରାଧ ନିୟନ୍ତ୍ରଣ ଶାଖାର ବୈଷୟିକ ଦଳ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିଥିଲେ। ପରବର୍ତି ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଥାନାରେ ପହଞ୍ଚି ଅଟକ ଅଭିଯୁକ୍ତକୁ ଘଟଣା ସମ୍ବନ୍ଧରେ ପଚାରିଥିଲେ। ସାମାନ୍ୟ ବଚସାରୁ ଏଭଳି ଘଟଣା ଘଟିଥିବା ସ୍ୱୀକାର କରିଥିଲା ଅଭିଯୁକ୍ତ। ବୈଷୟିକ ଦଳଙ୍କ ପାରିପାଶ୍ୱର୍ିକ ତଦନ୍ତ ପରେ ଜବତ ଶବକୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନିଆଯାଇ ବ୍ୟବଚ୍ଛେଦ କରାଯିବା ପରେ ଦାହ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ଏହି ହତ୍ୟା ଘଟଣାକୁ ଥୁଆମୁଳ ରାମପୁର ଥାନା କେସ ନଂ ୮୪ ତା ୨୮.୭ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଜୟସିଂ କୁ ପୁଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ଧନୁ ତୀରକୁ ପୁଲିସ ଜବତ କରିଛି।
ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଏହି ଘଟଣା ପୂର୍ବରୁ ୨୦୧୮ରେ ଅନ୍ୟ ଏକ ଅପରାଧିକ ମାମଲାରେ ଜଡିତ ରହିଥିବା ଥୁଆମୁଳ ରାମପୁର ଥାନା କେସ ନଂ ୧୩୪/୨୦୧୮ରେ ଉଲ୍ଲେଖ ଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଘଟଣାର ତଦନ୍ତ ଅଧିକାରୀ ଗୋବିନ୍ଦ ମାଝୀ ସୁଚନା ଦେଇଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories