www.samajalive.in
Saturday, December 6, 2025
16.1 C
Bhubaneswar

ନେଟୱାର୍କ ସମସ୍ୟା ; ମାଟ୍ରିକ ପରୀକ୍ଷା ଦେଇ ପାରିବେନି ତିନି ଛାତ୍ର

ଧର୍ମଗଡ : ଭୂଲ କଲେ ଶିକ୍ଷକ। ଭୋଗିବେ ଛାତ୍ର। ଶିକ୍ଷକଙ୍କ ଭୂଲ ଯୋଗୁଁ ତିନି ଜଣ ଛାତ୍ର ଆସନ୍ତା କାଲିଠାରୁ ହେବାକୁ ଥିବା ମାଟ୍ରିକ ଅଫ୍ ଲାଇନ୍ ପରୀକ୍ଷାରେ ବସି ପାରିବେନି। ପରୀକ୍ଷାରେ ବସିବାକୁ ହେଲେ ପୁଣି ବର୍ଷେ କାଳ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ। ଧର୍ମଗଡ ବ୍ଳକ ଅନ୍ତର୍ଗତ ପର୍ଲା ସରକାରୀ ନୋଡାଲ ଏ ପି ଦାସ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଜୁଲାଇ ୭ ରୁ ୧୪ପର୍ଯ୍ୟନ୍ତ  ପରୀକ୍ଷା ପାଇଁ ଫର୍ମ ପୂରଣ ସମୟ ସୀମା ଧାର୍ଯ୍ୟ ହୋଇଥିଲା। ପର୍ଲା ହାଇସ୍କୁଲରେ ଚଳିତ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଦେବାକୁ ତିନି ଜଣ ରେଗୁରାଲ ଓ ଜଣେ ଏକ୍ସ ରେଗୁଲାର ଛାତ୍ର ଫର୍ମ ପୂରଣ କରିଥିଲେ।  ଏହି ଚାରି ଜଣ ପିଲାଙ୍କ ଅନଲାଇନ ଫର୍ମ ପୂରଣ ହୋଇଥିଲା। କିନ୍ତୁ ପରୀକ୍ଷା ଦେବାକୁ କେବଳ ଜଣଙ୍କୁ ଆଡମିଟ କାର୍ଡ ମିଳିଥିବାବେଳେ ଅନ୍ୟ ତିନି ଜଣଙ୍କୁ ଆଡିମିଟ କାର୍ଟ ମିଳିନାହିଁ । ବିନା ଆଡମିଟ କାର୍ଡରେ ପିଲା ପରୀକ୍ଷା ହଲ ଭିତରକୁ ପ୍ରବେଶ କରିପାରିବ ନାହିଁ। ଏ ଖବର ଶୁଣିବା ପରେ ପିଲାମାନେ ଏକପ୍ରକାର ମାନସିକ ଚାପରେ ରହିଛନ୍ତି। ଏହାକୁ ନେଇ ପରିବାର ଲୋକ ସ୍କୁଲ କତ୍ତୃପକ୍ଷଙ୍କୁ ଦାୟୀ କରୁଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନେଟୱାର୍କକୁ ଦାୟୀ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରୀପାଠୀ ‘ସର୍ଭର ସ୍ଲୋ’ ଯୋଗୁଁ ଫର୍ମ ଦାଖଲ କରିବାରେ ଅସୁବିଧା ହେଲା କହିଥିବାବେଳେ ପିଲା କିପରି ପରୀକ୍ଷାରେ ବସି ପାରିବେ ସେ ନେଇ ବୋର୍ଡ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଚାଲିଛି ବୋଲି କହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories