www.samajalive.in
Thursday, December 11, 2025
14.1 C
Bhubaneswar

ବିଚକ୍ଷଣ ଶିଶୁ ; ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ସୃଷ୍ଟି କଲେ ରେକର୍ଡ

ପଞ୍ଜାବ : ଗୋଟିଏ ପ୍ରସିଦ୍ଧ ଲୋକ କଥା ରହିଛି, ବୟସ କେବଳ ଗୋଟିଏ ସଂଖ୍ୟା । ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି, ଲୁଧିୟାନାର ବାସିନ୍ଦା ସାଢେ ୩ ବର୍ଷୀୟ କୁନୱର ପ୍ରତାପ ସିଂହ । କୁନୱରଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଓ ଆନ୍ତଃର୍ଜାତୀୟ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛି । ତାଙ୍କର ବିଚକ୍ଷଣ ସ୍ମରଣଶକ୍ତି ପାଇଁ ଚାଇଲ୍ଡ ପ୍ରୋଡିଜି ମାଗାଜିନ୍‌ ପାଇଁ ସେ ଭାରତର ୧୦୦ ପିଲାଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି ।
କୁନୱର ସରାଭା ନଗର ସେକ୍ରେଡ୍‌ ହାର୍ଟ କନଭେଣ୍ଟ ବିଦ୍ୟାଳୟର ଛାତ୍ର । ତାଙ୍କର ଚମକôାରୀ ସ୍ମରଣ ଶକ୍ତି ପାଇଁ ସେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପରାସ୍ତ କରିଛନ୍ତି । କୁନୱର ୧ ରୁ ୪୦ ପର୍ଯ୍ୟନ୍ତ ପଣିକିଆ, ବିଶ୍ୱର ସମସ୍ତ ଦେଶର ରାଜଧାନୀ ନାମ, ଯେକୌଣସି ସଂଖ୍ୟାର ଗୁଣନ, ଏହାସହ ୨୩ ମିନିଟ ୪୮ ସେକେଣ୍ଡରେ ୨୭ ପୁସ୍ତକ ପଢିବାର ରେକର୍ଡ ସୃଷ୍ଟି କରିଛନ୍ତି । କୁନୱରଙ୍କୁ ନିଜ କଲୋନୀର ସମସ୍ତ ଲୋକଙ୍କର ନାମ, ଘର ନାମ ଆଦି ମନେ ରଖିଛନ୍ତି ।
ପୁସ୍ତକ ପ୍ରତି ତାଙ୍କର ଆଗ୍ରହ, ପୁସ୍ତକ ପଢିବା, ବିିଭିନ୍ନ ଭାଷାରେ କଥା ହେବା ସହ କଠିନ ଶବ୍ଦର ଉଚ୍ଚାରଣ ସେ ଖୁବ ସହଜରେ କହିଥାଆନ୍ତି ।
କୁନୱରଙ୍କ ମାତାପିତାଙ୍କ କହିବାନୁଯାୟୀ, ତାଙ୍କୁ ନିଜ ସହ ଖେଳୁଥିବା ତାଙ୍କ ବୟସର ପିଲାଙ୍କୁ ପାଠ ପଢାଇବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାଆନ୍ତି ।
ଫଟୋ ଗୁଡିକୁ ଦେଖି ତାହାକୁ ସହଜରେ ମନେ ରଖିବା ସହ ଏକ ବର୍ଷ ପୂର୍ବରୁ ଘଟିଥିବା ଘଟଣା ଗୁଡିକୁ ମଧ୍ୟ ସେ ସହଜରେ ମନେ ରଖିଥାଆନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କୁ ୧ ମିନିଟରେ ୨୭ଟି ସ୍ମାରକର ନାମ, ୧ମିନିଟରେ ୧୪ କ ଯାଏଁ ପଣିକିଆ କହିବାରୁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଆଖ୍ୟା ଦିଆଯାଇଥିଲା । ଏତେ କମ ବୟସରେ ତାଙ୍କ ନାମ ଅନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସମସ୍ତ ଭାରତୀୟ ରାଜ୍ୟର ରାଜଧାନୀ ନାମକୁ ୪୮ ସେକେଣ୍ଡରେ ରେକର୍ଡ କରାଯାଇ ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢିବା ପାଇଁ ରେକର୍ଡ଼ କରାଯାଇଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories