www.samajalive.in
Tuesday, December 9, 2025
26.1 C
Bhubaneswar

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ତିହାର ଜେଲରେ ଦିନ କାଟୁଥିବା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହେବାରୁ ତାକୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପେଟରେ ଯନ୍ତ୍ରଣା ହେବା ଏବଂ ଅନ୍ୟ କିଛି ସମସ୍ୟା ଦେଖା ଦେବାରୁ ଛୋଟା ରାଜନକୁ ଏମ୍ସରେ ଭର୍ତ୍ତି କରିବାକୁ ପଡିଛି। ଏହା କରୋନା ପରବର୍ତ୍ତି ପ୍ରଭାବ ବୋଲି ଅନୁମାନ କରାଯାଉଥିବା ବେଳେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଏ ବିଷୟରେ କହିପାରିବେ।

ସୂଚନା ଅନୁସାରେ, ତିହାର ଜେଲର ୨ ନମ୍ବର ସେଲରେ ଦିନ କାଟୁଥିବା ଛୋଟାରାଜନର ମଙ୍ଗଳବାର ଅପରାହ୍ନରେ ପେଟରେ ଯନ୍ତ୍ରଣା ହୋଇଥିଲା। ସୁରକ୍ଷାକର୍ମୀ ଏ ବିଷୟରେ ଜାଣିବା ପରେ ଜେଲର ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଛୋଟା ରାଜନର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା। ପ୍ରଥମେ ଜେଲ ଡାକ୍ତର ଛୋଟାରାଜନର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ନେଇ ଜେଲର ଡାକ୍ତର କିଛି ଜାଣି ନ ପାରିବାରୁ ତାକୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଛୋଟାରାଜନକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଏମ୍ସ ନିଆଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ ଛୋଟାରାଜନ କରୋନା ସଂକ୍ରମିତ ହୋଇ ୨୪ ଏପ୍ରିଲରେ ଏମ୍ସରେ ଭର୍ତ୍ତି ହୋଇଥିଲା। ସେଠାରେ ୧୮ ଦିନ ଚିକିତ୍ସିତ ହେବା ପରେ ଡିସ୍‌ଚାର୍ଜ ହୋଇଥିଲା। ମେ’ ୧୧ ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ତାକୁ ଏମ୍ସରୁ ତିହାର ଜେଲକୁ ନିଆଯାଇଥିଲା।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories