www.samajalive.in
Wednesday, December 10, 2025
18.1 C
Bhubaneswar

ନାରାୟଣପୁର-ଆର୍ଜିପଲ୍ଲୀ ରାସ୍ତାରେ ତୃଟିପୂର୍ଣ୍ଣ ପୋଲ ନିର୍ମାଣକୁ ବିରୋଧ

ଗୋପାଳପୁର: ନାରାୟଣପୁର ଠାରୁ ଛତ୍ରପୁର ସଂଯୋଗ କରୁଥିବା ହରିପୁର ରାସ୍ତା ରେ ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ବ୍ରିଜ ତୃଟିପୂର୍ଣ୍ଣ ଭାବେ ଏବଂ ତେରଛା ଭାବେ ନିର୍ମାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ବ୍ରିଜ ନିର୍ମାଣରେ ସୁଧାର ଆଣିବାକୁ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି। ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଯୋଜନା ରେ ୧୩୨୪.୭୦ ଲକ୍ଷ ଟଙ୍କା ବ୍ୟୟରେ ଗତ ୧୧/୦୧/୨୦୧୯ ରେ ଦୁଇଟି ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଓଡିଶା ନିର୍ମାଣ ନିଗମ ଲିମିଟେଡ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥିଲା।ଏଥି ସହ ଏହାର ନିର୍ମାଣ କାର୍ଯ୍ୟ ଗତ ଏପ୍ରିଲ ୧୦ ତାରିଖ ସୁଦ୍ଧା ସାରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ଧାର୍ଯ୍ୟ ସମୟ ସିମା ର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ କେବଳ ଗୋଟିଏ ସୁଉଚ୍ଚ ବ୍ରିଜ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଅନ୍ୟ ବ୍ରିଜ କାର୍ଯ୍ୟଟି ତୃଟିପୂର୍ଣ୍ଣ ତଥା ତେରଛା ଭାବେ ନିର୍ମାଣ କରାଯାଉଥିବାରୁ ଆଗାମୀ ଦିନରେ ଏହି ବ୍ରିଜଟି ଗମନାଗମନ ନିମନ୍ତେ ବିପଦପୂର୍ଣ୍ଣ ପାଲଟିବା ସହ ଦୁର୍ଘଟଣା ପ୍ରବଣ ବ୍ରିଜ ପାଲଟିବ ବୋଲି ଅଞ୍ଚଳବାସୀ ଜଣାଇଛନ୍ତି।

ଏହା ନେଇ ଗୋପାଳପୁର ର ବରିଷ୍ଠ ନାଗରିକ ପଞ୍ଚୁ ବେହେରା ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଅବଖତ କରାଆବା ସହ ତୁରନ୍ତ ତୃଟିପୂର୍ଣ୍ଣ ବ୍ରିଜ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିବାକୁ ଦାବି ଜଣାଇଛନ୍ତି।ଏହା ସହ ତୃଟିପୂର୍ଣ୍ଣ ବ୍ରିଜ ନିର୍ମାଣ ହେବା ଫଳରେ ବ୍ରିଜ ଶେଷ ମୁଣ୍ଡରେ ଗୋପାଳପୁର ସହରକୁ ଜଳଯୋଗାଣ ନିମନ୍ତେ ନିର୍ମିତ ହୋଇଥିବା ଭୂତଳ ଟ୍ୟାଙ୍କ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଥିବା ମଧ୍ୟ ଅଭିଯୋଗ ରେ ଉଲ୍ଲେଖ କରାଯାଇଛି। ଏଣୁ ପ୍ରଶାସନ ପକ୍ଷରୁ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ତୁରନ୍ତ ତୃଟିପୂର୍ଣ୍ଣ ବ୍ରିଜ ନିର୍ମାଣ କାର୍ଯ୍ୟ କୁ ସ୍ଥଗିତ ରଖିବା ସହ ସଠିକ ଭାବେ ବ୍ରିଜ ନିର୍ମାଣ କରାଯିବାକୁ ଦାବି ହେଉଛି। ଅନ୍ୟ ପଟେ ବ୍ରିଜ କାର୍ଯ୍ୟ ନିର୍ମାଣ ରେ‌ ବିଳମ୍ବ ଘଟିବା ଦ୍ବାରା ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବର୍ଷା ଦିନରେ ଉକ୍ତ ନଦୀ ରେ ବର୍ଷା ଜଳପୂର୍ଣ୍ଣ ହେଲେ ଯାତାୟାତ ରେ ବାଧା ଉପୁଜିବା ସହ ରାସ୍ତା ସଂଯୋଗ ବିଛିନ୍ନ ହେବାର ଆଶଙ୍କା ଥିବାରୁ ତୁରନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବାକୁ ମଧ୍ୟ ଦାବି ହେଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories