www.samajalive.in
Monday, December 8, 2025
24.1 C
Bhubaneswar

ଗଛରେ ପିଟି ହେଲା କାର୍‌: ୩ମୃତ, ୨ ଗୁରୁତର

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ଚାଞ୍ଚେର ନିକଟରେ ଆଜି ଅପରାହ୍ନ ୪ଟା ୪୫ରେ ଏକ କାର୍‌ (ନଂ. ଓଡି-୦୩ ଏସ୍‌ ୪୧୦୦) ଗଛରେ ପିଟିହେବା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଭବାନୀପାଟଣା ଜଗନ୍ନାଥପୁର ଶାଶୂଘରୁ ଆନନ୍ଦିନୀ ମିଶ୍ର (୩୮) ତାଙ୍କ ଦୁଇ ଝିଅ ଏଲି(୧୧) ଓ ରୋଲି (୬) ଓ ପୁତୁରା ବାଦଲ ବିକାଶ ମିଶ୍ରଙ୍କୁ ଧରି ବାପଘର ଟିଟିଲାଗଡ଼ ହାଟପଦାପଡ଼ାକୁ କାର୍‌ ଯୋଗେ ଆସୁଥିଲେ। କେସିଙ୍ଗା ଚାଞ୍ଚେର ନିକଟରେ କାର୍‌ଟି ଏକ ତାଳଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଚାଳକ ଅରୁଣ ବିଶି ରାସ୍ତା ଜାଣି ନ ପାରିବାରୁ ଏଭଳି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

 

- Advertisement -

ଦୁର୍ଘଟଣା ସମୟରେ ସେହିପଟୁ କେସିଙ୍ଗା ଅତିରିକ୍ତ ଥାନା ଅଧିକାରୀ ଦୀପାଞ୍ଜଳି ପଧାନ ଅସୁଥିଲେ। ସେ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତ ଅବସ୍ଥାରେ ୫ଜଣଙ୍କୁ କେସିଙ୍ଗା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଆନନ୍ଦିନୀ ଓ ତାଙ୍କର ଦୁଇ ଝିଅ ଏଲି ଓ ରୋଲିଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଦଲ ଓ ଚାଳକ ଅରୁଣ ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ପଠା ଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories