www.samajalive.in
Thursday, December 11, 2025
15.1 C
Bhubaneswar

ହାଇଦର ଏନକାଉଣ୍ଟର ଘଟଣା: ମାମଲା ରୁଜୁ କରି ନୋଟିସ୍‌ ଜାରି କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ବର: କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିବା ସହ ମାନବାଧିକାର କମିଶନ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଗୃହ ବିଭାଗ ଏସିଏସ୍, ପୁଲିସ ଡ଼ିଜି, ଜେଲ ବିଭାଗ ଡ଼ିଜିଙ୍କ ସହ ଟ୍ବିନ୍ ସିଟି ପୁଲିସ କମିଶନରଙ୍କୁ ମଧ୍ୟ ନୋଟିସ୍ ହୋଇଛି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଶନିବାର ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ସେ ପରିସ୍ରା ଯିବା ବାହାଏକ୍ରେ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ଛଡ଼ାଇ ନେଇ ଫେରାର ହେବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ବୁଝାଇବାକୁ ପ୍ରୟାସ କରିଥିଲା। କିନ୍ତୁ ହାଇଦର ବୁଝି ନଥିଲା। ଏହାପରେ ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ତା’ ଉପରକୁ ଗୁଳି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories