www.samajalive.in
Wednesday, December 10, 2025
26.1 C
Bhubaneswar

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

ମୋହନା: ଗଜପତି ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଦିନିକିଆ ମୋହନା ଗ୍ରସ୍ତରେ ଆସି ବ୍ଳକରେ ରହିଥିବା ୩ଟି ଛତୁଆ କେନ୍ଦ୍ର ଚନ୍ଦ୍ରଗିରି, ମୋହନା, ଅଡବାକୁ ପରିଦର୍ଶନ କରିଥିଲେ। ପ୍ରତ୍ୟେକ କେନ୍ଦ୍ରର ସ୍ଵୟଂ ସହାୟିକା ଦଳର ସଭାପତି, ସମ୍ପାଦକ ଓ କର୍ମଚାରୀଙ୍କ ସହିତ ଛତୁଆର ମାନ, ଗୁଣବତ୍ତା, ପରିମାଣ, ଓଜନ, ଛତୁଆ ପ୍ରସ୍ତୁତ ହେଉଥିବା ଗୃହର ପରିଷ୍କାର, ପରିଛନ୍ନତା, ଛତୁଆ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ପରିମାଣ ଓ ଚାର୍ଟ ବୁଲି ଦେଖିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ସମସ୍ତ କେନ୍ଦ୍ରର ଆବଶ୍ୟକୀୟ ନଥିପତ୍ର ଯାଞ୍ଚ କରିଥିଲେ।

ଛତୁଆ ବଣ୍ଟନ କରୁଥିବା ଅଙ୍ଗନାବାତି କେନ୍ଦ୍ରକୁ ଯାଇ କର୍ମୀଙ୍କ ସହ ଛତୁଆ ବିତରଣ ଓ ଶିଶୁମାନଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହ ବିଡିଓ ସାର୍ଥକ ସୌରଭ ମହାପାତ୍ର ,ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା, ସିଡିପିଓ ଲଳିତା ମଲ୍ଲିକ , ସୁପରଭାଇଜର ଚ଼ନ୍ଦ୍ରମଣି ଛିଞ୍ଚାଣି ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories